କନକ ବ୍ୟୁରୋ : ଯୋଗୀ ସରକାରଙ୍କ ତରଫରୁ ରାଜ୍ୟର ଗାଡିମାଲିକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟର ଘରୋଇ ଓ ବ୍ୟବସାୟୀକ କ୍ଷେତ୍ରରେ ଗାଡି ବ୍ୟବହାର କରୁଥିବା ମାଲିକମାନଙ୍କୁ ପୂର୍ବ ୫ ବର୍ଷର ଟ୍ରାଫିକ ଚାଲାଣ ଛାଡ କରିଛନ୍ତି । ଯୋଗୀ ସରକାରଙ୍କ ଏହି ଘୋଷଣା ଫଳରେ ରାଜ୍ୟର ହଜାର ହଜାର ଗାଡି ମାଲିକମାନେ ଉପକୃତ ହେବେ ବୋଲି କୁହାଯାଉଛି ।
ଏହି ଘୋଷଣା ସେହି ଗାଡିମାଲିକଙ୍କ ପାଇଁ ଖୁସି ଖବର, ଯେଉଁ ମାଲିକମାନଙ୍କ ନାମରେ ଭିନ୍ନ ଭିନ୍ନ ଟ୍ରାଫିକ ନିୟମ ଉଲଙ୍ଘନ କରିବା ପରେ ଟ୍ରାଫିକ ଚାଲାଣ କଟିଥିଲା । ଏହି କ୍ରମରେ ଏବେ ରାଜ୍ୟ ସରକାର ୨୦୧୭ ଜାନୁଆରୀ ୩୧ ତାରିଖରୁ ୨୦୨୧ ଡିସେମ୍ବର ୩୧ ତାରିଖ ମଧ୍ୟରେ ଯେଉଁମାନଙ୍କର ଟ୍ରାଫିକ ଚାଲାଣ କଟିଥିଲା ସେମାନଙ୍କ ଚାଲାଣକୁ ନିରସ୍ତ୍ର କରିଦିଆଯାଇଛି ।

Advertisment

ଉତ୍ତର ପ୍ରଦେଶ ପରିବହନ ମନ୍ତ୍ରୀ ଚନ୍ଦ୍ର ଭୂଷଣ ସିଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କି, ଏବେ ଏହି ତାରିଖ ମଧ୍ୟରେ କଟିଥିବା ଚାଲାଣଗୁଡିକୁ ଅଫିସିଆଲ ପୋର୍ଟାଲରୁ ଡିଲିଟ କରିଦିଅ । ଯୋଗୀ ସରକାରଙ୍କ ଏହି ଘୋଷଣା ଏବେ ହଜାର ହଜାର ଗାଡିମାଲିକଙ୍କୁ ଆଶ୍ୱସ୍ତି ଦେଇଛି ।