କଣ୍ଟ ପୂରିଲା, ଟ୍ରାଫିକ୍ ଟେନସନ୍ ବଢିଲା । ନିୟମ ଭାଙ୍ଗିଲେ, ତଣ୍ଡ ଗଣିଲେ, ଗୋଟିଏ ଦିନରେ କଟିଲା ୧୩୯୭ ନିୟମ ଖିଲାପକାରୀଙ୍କ ଚାଲାଣ ।

180

କନକ ବ୍ୟୁରୋ : ଟ୍ରାଫିକ୍ ନିୟମ କଡ଼ାକଡ଼ି ପରେ ସାରାଦିନ ଧରପଗଡ଼ର ଅନେକ ଚିତ୍ର ଆସିଛି । କେଉଁଠି ଜରିମାନା ଆଦାୟ ହୋଇଛି, ତ ଆଉ କେଉଁଠି ଯୁକ୍ତିତର୍କ ଦେଖିବାକୁ ମିିଳିଛି । ବର୍ତ୍ତମାନ ହସ୍ତଗତ ହୋଇଥିବା ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଆଜି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୩ଶହ ୯୭ ନିୟମ ଖିଲାପକାରୀଙ୍କ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ । ରାତି ୮ଟା ସୁଦ୍ଧା, ଟ୍ରାଫିକ୍ ନିୟମ ଉଲଂଘନ ଯୋଗୁଁ ୧୩ଶହ ୯୭ ନିୟମ ଖିଲାପକାରୀଙ୍କ ଚାଲାଣ କଟିଛି ।

କଟକରେ ସର୍ବାଧିକ ୨୩୫ ଜଣଙ୍କର ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୧୫, ସମ୍ବଲପୁର ଜିଲ୍ଲାରେ ୧୧୯, ବରଗଡ଼ ଜିଲ୍ଲାରେ ୧୦୪, ଗଂଜାମ ଜିଲ୍ଲାରେ ୯୨ ଏବଂ କୋରାପୁଟ୍ ଜିଲ୍ଲାରେ ୮୪ ଜଣଙ୍କ ଚାଲାଣ କଟିଛି । ମଦ୍ୟପାନ କରି ଗାଡ଼ି ଚଳେଇବା, ଲାଇସେନ୍ସ ନଥାଇ ଗାଡ଼ି ଚଳେଇବା, ବାଇକରେ ତିନି ଜଣ ଯିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ହେଲମେଟ ନପିନ୍ଧି ଗାଡ଼ି ଚଳାଇବା ଆଦି କାରଣରୁ ଏହି ସବୁ ଚାଲାଣ କଟିଥିବା ସୂଚନା ଦିଆଯାଇଛି ।
ସବୁଠାରୁ ବଡ଼ କଥା ହେଉଛି କେବଳ ଭୁବନେଶ୍ୱର ଆରଟିଓ-ଟୁ ପକ୍ଷରୁ ଗୋଟିଏ ଦିନରେ ମୋଟ୍ ୨ ଲକ୍ଷ ୯୨ ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି । ଏଥିରେ ମୋଟ୍ ୧୦୫ ଜଣଙ୍କ ଚାଲାଣ କାଟିଛି ଭୁବନେଶ୍ୱର ଆର୍ଟିଓ-ଟୁ । ଘଟଣାସ୍ଥଳରୁ ୭୯ ହଜାର ୨ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି କଟକରେ ୩ ଲକ୍ଷ ୫୧ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଏସବୁ ବାହାରେ ଆଜି ଦିନ ତମାମ୍ ଟ୍ରାଫିକ୍ ଚେକିଂକୁ ନେଇ ଧରପଗଡ଼ ଦେଖିବାକୁ ମିଳିଥିଲା ।