ଉତ୍କଳ ବିଶ୍ୱବିଦ୍ୟାଳୟରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ । ଟ୍ରାଫିକ୍ ନିୟମ ପାଳନ ନେଇ ଶପଥ ନେଲେ ଛାତ୍ରଛାତ୍ରୀ ।

Advertisment
ଉତ୍କଳ ବିଶ୍ୱବିଦ୍ୟାଳୟରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ । ଟ୍ରାଫିକ୍ ନିୟମ ପାଳନ ନେଇ ଶପଥ ନେଲେ ଛାତ୍ରଛାତ୍ରୀ ।

କନକ ବ୍ୟୁରୋ : ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ ଯୋଗୁଁ ଭାରତରେ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେଉଛି । ଟିକିଏ ମାତ୍ର ସଚେତନ ହୋଇପାରିଲେ ଏହାକୁ ଏଡ଼ାଇ ଦିଆଯାଇପାରନ୍ତା । ଏଭଳି ବାର୍ତ୍ତା ନେଇ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ସଚେତନତା କାର୍ଯ୍ୟକ୍ରମ ଏମକେସିଜି ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଟ୍ରାଫିକ୍‌ ନିୟମ ପାଳନ କରିବା ପାଇଁ ସମୂହ ଶପଥ ପାଠ କରିଥିଲେ । କମିସନରେଟ୍‌ ପୁଲିସ ପକ୍ଷରୁ ଆୟୋଜିତ ‘ନୂଆ ମୋଟର ଯାନ ଆଇନ’ ସଂପର୍କିତ ଏହି କାର୍ଯ୍ୟକ୍ରମରେ ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ କହିଥିଲେ, ନୂଆ ନିୟମର ଉଦ୍ଦେଶ୍ୟ ଜରିମାନା ଆଦାୟ ନୁହେଁ, ବରଂ ଏହା ଆମ ସୁରକ୍ଷା ପାଇଁ କରାଯାଇଛି ।

କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଶଙ୍ଖଧ୍ୱନୀ ରାସ୍ତା ସୁରକ୍ଷା ସମିତିର ସମ୍ପାଦକ ପ୍ରକାଶ ମହାପାତ୍ର, ସିନେ ଅଭିନେତ୍ରୀ ଦେବଯାନୀ ଓ ଅଭିନେତା ଶୁଭାଶିଷ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍‌ ନିୟମ ସଂପର୍କରେ ସଚେତନ କରାଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ନୂଆ ମୋଟର ଯାନ ଆଇନ୍‌-୨୦୧୯’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସେହିପରି କଳାକାରଙ୍କ ଦ୍ୱାରା ‘ସଡ଼କ ସୁରକ୍ଷା ଓ ଟ୍ରାଫିକ୍‌ ନିୟମ’ ସମ୍ପର୍କିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ସବିତା ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଡିସିପି (ଟ୍ରାଫିକ୍‌) ଅମରେଶ ପଣ୍ଡା, ଏସିପି କିଶୋର ପାଣିଗ୍ରାହୀ, ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe