ରାମନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପାରିକ ସାହିଯାତ । ରାମାୟଣ କଥାବସ୍ତୁ ଉପରେ ଆଧାରିତ ସାହିଜାତ ପାଇଁ ଚାଲିଛି କଳାକାରଙ୍କ ଅଭ୍ୟାସ

102

କନକ ବ୍ୟୁରୋ : ଆସନ୍ତା ୧୭ ତାରିଖ ରାମନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପାରିକ ସାହିଯାତ । ଶ୍ରୀମନ୍ଦିର ରିତିନୀତି ସହ ଜଡ଼ିତ ଏହି ସାହିଯାତ । ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ଏହି ସାହିଯାତରେ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀକ୍ଷେତ୍ରର ବିଭିନ୍ନ ଯାଗା ଆଖଡ଼ା ଚଳଚଂଚଳ ହୋଇପଡ଼ିଛି । ବୀର ବାଦ୍ୟର ତାଳେ ତାଳେ ଚାରିଆଡ଼େ ଚାଲିଛି ରାବଣ, ପର୍ଶୁରାମ ସମେତ ଅନ୍ୟାନ୍ୟ ନୃତ୍ୟ ଓ ସମରକଳାର ଅଭ୍ୟାସ ।