କନକ ବ୍ୟୁରୋ : ହନୁମାନ ଜୟନ୍ତୀରେ ସତ୍ୟବାଦୀ ଭୀମପୁର ଆରାଧ୍ୟଦେବୀ ମା’ଗଡଚଣ୍ଡୀଙ୍କ ଖାଇ ଫୋଡ ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଯାତ୍ରାରେ ଶ୍ରଦ୍ଧାଳୁମାନେ ଲୁହା କଣ୍ଟାରେ ଫୋଡ ଖାଇ ଖୁମ୍ବ ଉପରେ ଝୁଲିଥାନ୍ତି । ଶହଶହ ମାନସିକଧାରୀ ଅଣ୍ଟାରେ ଲୁହାକଣ୍ଟା ଫୁଟାଇ ୨୦ଫୁଟ ଉପରେ ରସି ସାହାଯ୍ୟରେ ବୁଲିଥାନ୍ତି । ମା’ଙ୍କ ମହିମା ଯୋଗୁ ଏହିଭଳି କଷ୍ଟ ଅନୁଭୁତ ହୁଏ ନାହିଁ । ମା’ଙ୍କ ନିକଟରେ ଏହି ୨୦୦ ବର୍ଷର ପରମ୍ପରା ଦେଖିବାକୁ ବିଭିନ୍ନ ସ୍ଥାନରୁ ଲାଗୁଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ।

Advertisment