କିଛି ଦିନର ନୀରବତା ପରେ ପୁଣି କେନ୍ଦ୍ରାପଡାରେ ଫୁଟିଲା ଗୁଳି: ମାର୍ଶାଘାଇ ଥାନା ହାତିଆ ଗାଁରେ ବ୍ୟବସାୟୀଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

Advertisment
କିଛି ଦିନର ନୀରବତା ପରେ ପୁଣି କେନ୍ଦ୍ରାପଡାରେ ଫୁଟିଲା ଗୁଳି: ମାର୍ଶାଘାଇ ଥାନା ହାତିଆ ଗାଁରେ ବ୍ୟବସାୟୀଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: କିଛି ଦିନର ନିରବତା ପରେ କେନ୍ଦ୍ରାପଡାରେ ପୁଣି ଫୁଟିଲା ଗୁଳି । ମାର୍ଶାଘାଇ ଥାନା ହାତିଆ ଗାଁରେ ଗୁଳିକାଣ୍ଡ ଘଟିଛି । ଜଣେ ବ୍ୟବସାୟୀଙ୍କୁ ଗୁଳି କରି ଦୁଇ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତୁରନ୍ତ ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ବ୍ୟବସାୟୀଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ତେବେ କେଉଁ କାରଣରୁ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ହତ୍ୟା କଲେ ତାହା ଜଣାପଡି ନାହିଁ ।

publive-image

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୮: ୩୦ରେ ଗଗନ ସାହୁ ଓ ତାଙ୍କ ଭାଇ ମନୋଜ ଘରୁ ମଟରସାଇକେଲ ଚଢ଼ି କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗରାପୁର କାଳୀମନ୍ଦିର ଛକ ପାଖରେ ଥିବା ସାହୁ ଫାର୍ମା ଔଷଧ ଦୋକାନକୁ ଆସିବା ବେଳେ ବାଟରେ ୩ ଜଣ ଦୁର୍ବୃତ୍ତ ଅନ୍ୟ ଏକ ବାଇକରେ ଆସି ତାଙ୍କ ଉପରକୁ ତିନି ରାଉଣ୍ଡ୍ ଗୁଳି ଚଳାଇଥିଲେ। ତେବେ ଗୁଳି ଚଳାଇବା ପରେ ବାଇକ ଆରୋହୀ ଦୁର୍ବୃତ୍ତମାନେ ପାରଦୀପ ଆଡ଼କୁ ଚାଲିଯାଇଥିଲେ ବୋଲି ସେଠାରେ ଥିବା ଗୋଟାଏ ପେଟ୍ରୋଲ୍ ପମ୍ପ୍ କର୍ମଚାରୀମାନେ କହୁଛନ୍ତି। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ହେଲମେଟ୍ ପିନ୍ଧିଥିଲେ।

publive-image

ପେଟ୍ରୋଲ୍ ପମ୍ପ୍ କର୍ମଚାରୀମାନେ ଗଗନଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ବ୍ୟବସ୍ଥା କରୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଶବ ଡାକ୍ତରଖାନାରେ ପହଞ୍ଚିବା ପରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହୋଇଛି। ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। ଗଗନଙ୍କ କାନରେ ଦୁଇଟି ଓ ବେକରେ ଗୋଟିଏ ଗୁଳି ବାଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe