ଆସନ୍ତାକାଲିଠୁ କେନ୍ଦ୍ର ଟ୍ରେଡ୍ ୟୁନିଅନର ଭାରତ ବନ୍ଦ ଡାକରା । ଦୁଇ ଦିନ ପାଇଁ ପ୍ରଭାବିତ ହୋଇପାରେ ଏହିସବୁ କ୍ଷେତ୍ର…

1,346

କନକ ବ୍ୟୁରୋ: ଆସନ୍ତା ଦୁଇ ଦିନ ପାଇଁ ଜରୁରୀ ସେବା ଯେମିତିକି ବ୍ୟାଙ୍କ୍, ପରିବହନ, ରେଳ ସେବା ପ୍ରଭାବିତ ହୋଇପାରେ । କାରଣ ଦୁଇ ଦିନ ପାଇଁ ଟ୍ରେଡ ୟୁନିଅନ୍ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ, ଟେଲିକମ ସଂଘ ଆଦି ଅନେକ ସଂଗଠନ ସମର୍ଥନ କରିଛନ୍ତି । ଦେଶର ଜନ ବିରୋଧୀ ଅର୍ଥନୀତି, ଶ୍ରମିକ ବିରୋଧୀ ନୀତିକୁ ଦାୟୀ କରି ଟ୍ରେଡ ୟୁନିଅନ ଏପରି ବନ୍ଦ ଡାକରା ଦେଇଛି ।

ଏହି ବିରୋଧର ପ୍ରଭାବ ଗାଁରେ ମଧ୍ୟ ପଡିପାରେ । ଶ୍ରମିକ ସଂଘ କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତି, ଘରୋଇକରଣ ଆଦିକୁ ବିରୋଧ କରିଛନ୍ତି । ସେହିପରି ବ୍ୟାଙ୍କମାନେ ଘରୋଇ କରଣକୁ ବିରୋଧ କରି ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ବନ୍ଦ ପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଏହି ଦୁଇ ଦିନ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ ହୋଇଛି ।