କନକ ବ୍ୟୁରୋ : ଏବେ ବି ଆପଣଙ୍କ ପାଖରେ ରହିଛି କି ୨୦୦୦ ଟଙ୍କିଆ ନୋଟ୍ ? ତେବେ ତୁରନ୍ତ ବଦଳାଇ ନିଅନ୍ତୁ । କାହିଁକିନା ଆପଣଙ୍କ ହାତରେ ରହିଛି ଆଉ ମାତ୍ର ୨ଦିନ । ଅକ୍ଟୋବର ୭ରେ ୨୦୦୦ଟଙ୍କିଆ ନୋଟ୍ ବଦଳିର ଶେଷ ଦିନ ରହିଛି । ତେଣୁ ତୁରନ୍ତ ୨୦୦୦ଟଙ୍କିଆ ନୋଟ୍ ପାଖରେ ଥିଲେ ତୁରନ୍ତ ବ୍ୟାଙ୍କ୍ ଯାଇ ବଦଳି କରିନିଅନ୍ତୁ ।

Advertisment

୨ହଦାର ଟଙ୍କିଆ ନୋଟ୍ ବଦଳି କରିବା ପାଇଁ ପୂର୍ବରୁ ସେପ୍ଟେମ୍ବର ୩୦ ଯାଏଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ପରେ ଏହି ସମୟସୀମାକୁ ୭ ଅକ୍ଟୋବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ତେଣୁ ଯେଉଁ ବ୍ୟକ୍ତି ୨ହଜାର ଟଙ୍କିଆ ନୋଟ୍ ବଦଳି କରିନାହାନ୍ତି, ସେମାନଙ୍କ ପାଖରେ ଶେଷ ସୁଯୋଗ ରହିଛି । ଆସନ୍ତା ୭ତାରିଖ ମଧ୍ୟରେ ବ୍ୟାଙ୍କକୁ ଯାଇ ୨ହଜାର ଟଙ୍କିଆ ନୋଟକୁ ବଦଳି କରିପାରିବେ । ତେବେ ଗତ ମେ’ମାସ ୧୯ ତାରିଖିରୁ ୨୦୦୦ଟଙ୍କିଆ ନୋଟକୁ ବିମୁଦ୍ରୀକରଣ ପାଇଁ ଘୋଷଣା କରିଥିଲେ ସରକାର ।