ଧର୍ମଗଡର ଡୁଙ୍ଗୁରିଗୁଡାରେ ବସ-ବାଇକ ମୁହାଁମୁହିଁ ଧକ୍କା : ବାଇକରେ ଯାଉଥିବା ୩ଜଣଙ୍କ ମୃତ୍ୟୁ

38

କନକ ବ୍ୟୁରୋ : ଧର୍ମଗଡର ଡୁଙ୍ଗୁରିଗୁଡାରେ ବସ ସହ ବାଇକ ମୁହାଁମୁହିଁ ଧକ୍କା, ୩ଜଣଙ୍କ ମୃତ୍ୟୁ । ବାଇକ ଚାଳକ ଓ ବାଇକରେ ବସିଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁତର ଆହତ ଝିଅର ବି ମୃତ୍ୟୁ ହୋଇଛି । ମୃତକ ୩ଜଣ ହେଲେ ସ୍ୱାମୀ, ସ୍ତ୍ରୀ ଓ ଝିଅ । ଏମାନେ ତୁରେଛଡା ଗାଁର ବୋଲି ଜଣାପଡିଛି । ଗୋଲାମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

ସେପଟେ, ବାଥରୁମରେ ଜଣେ ଯୁବତୀ ଗାଧୋଉଥିବା ବେଳେ ମାଡିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବତୀ । ରାୟଗଡା ସହରର ସ୍ଥାନୀୟ ନଦୀ କନ୍ଧ ସାହିରେ ବାଲି ଅନଲୋଡ ପାଇଁ ଯାଉଥିବା ବେଳେ ଜାଗାଟି ଉଠାଣି ହୋଇଥିବାରୁ ଟ୍ରାକ୍ଟରଟି ତଳକୁ ଗଡିବାକୁ ଲାଗିଲା । ଫଳରେ ଗାଡିଟି ୩ରୁ ୪ଟି ଘର ଉପରେ ମାଡିବା ପରେ ଏକ ଗାଧୁଆ ଘର ଉପରେ ଚଢିଯାଇଥିଲା । ଗାଧୁଆ ଘରେ ଜଣେ ଯୁବତୀ ଗାଧଉଥିଲେ । ଏହି ଦୁର୍ଘଟଣାରେ ୧୮ବର୍ଷର ଛାତ୍ରୀ ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।