କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦକୁ ଆସିଛନ୍ତି ପଞ୍ଜାବି ଅଭିନେତା ଦୀପ ସିଦ୍ଧୁ । ସିଦ୍ଧୁଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ, ସେ କୃଷକଙ୍କ ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିଲେ । ଆଉ ଏହାପରେ ହିଂସା ବ୍ୟାପିଥିଲା । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିଲେ ।
ଏହା ପରେ ଲାଲକିଲ୍ଲା ଉପରେ ଶିଖ ସଂପ୍ରଦାୟର ପତାକା ଉଡାଇବାକୁ ଉସୁକାଇଥିଲେ । ପରେ ଅନ୍ୟ କୃଷକ ସଙ୍ଗଠନ ଲାଲକିଲ୍ଲା ଆଡକୁ ଯାଇଥିଲେ । ଏହାକୁ ନେଇ ଦୀପ ସିଦ୍ଧୁ ସଫେଇ ବି ଦେଇଛନ୍ତି । ସୋସିଆଲ ମିଡିଆରେ ସେ କହିଛନ୍ତି, ଗଣତାନ୍ତ୍ରିକ ଅଧିକାରର ସେ ପ୍ରୟୋଗ କରିଛନ୍ତି । ଦୀପ ସିଦ୍ଧୁ ପଞ୍ଜାବି ଫିଲ୍ମରେ ଅଭିନିୟ କରିଛନ୍ତି । ସନ୍ନି ଦେୱଲଙ୍କ ସହ ମିଶି ଦିପ୍ ସିଦ୍ଧୁ ନିର୍ବାଚନ ପ୍ରଚାର କରିଥିଲେ ।
आज लाल क़िले पर जो हुआ उसे देख कर मन बहुत दुखी हुआ है, मैं पहले भी, 6 December को ,Twitter के माध्यम से यह साफ कर चुका हूँ कि मेरा या मेरे परिवार का दीप सिद्धू के साथ कोई संबंध नही है।
जय हिन्द— Sunny Deol (@iamsunnydeol) January 26, 2021
ସେପଟେ ଅଭିନେତାରୁ ସାଂସଦ ବନିଥିବା ସନ୍ନି ଦେୱଲ ମଧ୍ୟ ଟ୍ୱିଟ କରି ନିଜ ସଫେଇ ରଖିଛନ୍ତି । ସେ କହିଛନ୍ତି ଦୀପ ସିଦ୍ଧୁ କିଏ ସେ ତାଙ୍କୁ ଜାଣି ନାହାନ୍ତି । ଲାଲକିଲ୍ଲାରେ ଘଟିଥିବା ହିଂସାକାଣ୍ଡକୁ ନିନ୍ଦା କରିବା ସହ ଦୀପ ସିଦ୍ଧୁଙ୍କ ସହ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ ବୋଲି ସେ ୬ ଡ଼ିସେମ୍ବରରେ ଟ୍ୱିଟ କରି ଜଣାଇଥିବା କହିଛନ୍ତି । ଶେଷରେ ଜୟ ହିନ୍ଦ ଲେଖିଛନ୍ତି ଗୁରୁଦାସପୁର ସାଂସଦ ସନ୍ନି ଦେୱଲ ।
ଦୀପ ସିଦ୍ଧୁ କିଏ ?
- ପଞ୍ଜାବୀ ଫିଲ୍ମର ଜଣାଶୁଣା ଅଭିନେତା ହେଉଛନ୍ତି ଦୀପ ସିଦ୍ଧୁ
- ୨୦୧୫ରେ ତାଙ୍କ ପ୍ରଥମ ଫିଲ୍ମ ରିଲିଜ ହୋଇଥିଲା ‘ରମତା ଯୋଗୀ’
- ୨୦୧୮ରେ ପଞ୍ଜାବି ଫିଲ୍ମରେ ନେଗେଟିଭ ଭୂମିକାରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ
- ୨୦୧୯ରେ ଅଭିନେତା ସନ୍ନି ଦେୱଲଙ୍କ ସହ ମିଶି ଗୁରୁଦାସପୁରରେ ନିର୍ବାଚନ ପ୍ରଚାର କରିଥିଲେ