କନକ ବ୍ୟୁରୋ: ଜାଗର ଯାତ୍ରା ଦେଖି ଘରକୁ ଫେରିବା ବେଳେ ଟ୍ରାକ୍ଟର ଓଲଟି ଦୁର୍ଘଟଣା । କନ୍ଧମାଳ ବେଲଘର ଥାନା ଅଞ୍ଚଳରେ ଟ୍ରାକ୍ଟର ଓଲଟି ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ବେଲଘର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଗୁରୁତର ଥିବା ୫ ଜଣଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଗତକାଲି ମହାଶିବରାତ୍ରି ଥିବା ବେଳେ ବେଲଘର ଶିବ ମନ୍ଦିରରେ ନାଟ ପରିବେଷଣ ହେଉଥିଲା । ରାତିରେ ନାଟ ଆରମ୍ଭ ହୋଇ ସକାଳେ ସରିଥିଲା । ତେବେ ନାଟ ଦେଖି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ଝିରିପାଣି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଟ୍ରାକ୍ଟର ।
ଜାଗର ଯାତ୍ରା ଦେଖି ଘରକୁ ଫେରିବା ବେଳେ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ୨୦ ଆହତ, ୫ଜଣଙ୍କ ଅବସ୍ଥା ଗୁରୁତର
/kanak/media/post_attachments/wp-content/uploads/2024/03/WhatsApp-Image-2024-03-09-at-9.35.09-AM.jpeg)