ଉତ୍ତରପ୍ରଦେଶ କାସଗଞ୍ଜରେ ବଡ ଅଘଟଣ । ପୋଖରୀରେ ଓଲଟିଲା ଟ୍ରାକ୍ଟର, ପାଣି ବୁଡି ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ

112

କନକ ବ୍ୟୁରୋ: ଉତ୍ତରପ୍ରଦେଶ କାସଗଞ୍ଜରୁ ଆସିଛି ଦୁଃଖଦ ଖବର । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର ପୋଖରୀରେ ଓଲିଟିପଡିବା ଯୋଗୁଁ ପ୍ରାୟ ୨୦ରୁ ଅଧିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ଜଣ ଶିଶୁ ଓ ୮ମହିଳା ରହିଥିବା ଜଣାପଡିଛି । ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ପାଟିଆଲି-ଦରିଆଗଭଞ୍ଜ ରାସ୍ତାରେ ଥିବା ପୋଖରୀରେ ଲୋକଭର୍ତ୍ତି ଟ୍ରାକ୍ଟର ଖସିପଡିଥିଲା । ଗୁରୁତର ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛି ଗୁରୁତର ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ଡିଏମ, ଏସିପି, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ସ୍ଥିତି ସମୀକ୍ଷା କରୁଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ସୂଚନା ଅନୁସାରେ ମାଘପୂର୍ଣ୍ଣିମା ଅବସରରେ ୩୫ଜଣଙ୍କୁ ନେଇ ଟ୍ରାକ୍ଟର ଗଙ୍ଗାସ୍ନାନ ପାଇଁ ଯାଉଥିବା ସମୟରେ ନିୟନ୍ତ୍ରଣ ହରାଇ ଗଭୀର ପୋଖରିକୁ ଓଲିଟିପଡିଥିଲା । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।