କନକ ବ୍ୟୁରୋ : କଇଁଛଙ୍କ ଗୋଡରେ ଲାଗିଲା ଟ୍ରାକିଂ ଡିଭାଇସ । ପରିବେଶ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ନେଉଥିବା ବିରଳ ଅଲିଭ ରିଡଲେ କଇଁଛଙ୍କ ଗତିବିଧି ଓ ଜୀବନଶୈଳୀ ଏବେ ବି ରହସ୍ୟମୟ ହୋଇ ରହିଛି । ଏହି ବିରଳ କଇଁଛ କେଉଁଠୁ ଆସନ୍ତି । କାହିଁକି ଆସନ୍ତି । ଏପିରିକି ଏମାନେ ଅଣ୍ଡାଦାନ ପାଇଁ ଓଡିଶାର ଗହୀରମଥା, ଋଷିକୂଲ୍ୟା ଓ ଦେବୀ ମୁହାଣକୁ କାହିଁକି ବାଛନ୍ତି, ତାର ରହସ୍ୟ ଆଜିଯାଏ ଜାଣିପାରି ନାହାନ୍ତି ପ୍ରାଣୀ ବିଜ୍ଞାନୀ ।
ତେଣୁ ଏବେ ଏହି ବିରଳ କଇଁଛଙ୍କ ଗତିବିଧି ଜାଣିବା ପାଇଁ ଗହୀରମଥାରେ ସମୂହ ଅଣ୍ଡାଦାନ ପାଇଁ ଆସିଥିବା କଇଁଛଙ୍କ ଗୋଡରେ ଟ୍ରାକିଂ ଡିଭାଇସ ଲଗାଯାଇଛି । ଗତ ୬ ଦିନ ମଧ୍ୟରେ ୮୨୫ କଇଁଛଙ୍କ ଗୋଡରେ ଏହି ସ୍ୱତନ୍ତ୍ର ଧରଣର ଧାତବ ଫଳକ ଲଗାଯାଇ ସାରିଛି । ସେହିପରି ୨୦୧୧-୧୨ରେ ଏହିଭଳି ଧାତବ ଫଳକ ଲଗାଯାଇଥିବା ଏକ କଇଁଛ ଚଳିତବର୍ଷ ଗହୀରମଥାରେ ଅଣ୍ଡାଦାନ ବେଳେ ଠାବ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/5-19.jpg)