ରେଳ ଲାଇନରେ ଲାଗିବ ଟ୍ରାକ ନିରାପତ୍ତା ବାଡ଼; ପଶୁ, ଜନ୍ତୁଙ୍କ ସୁରକ୍ଷା ପାଇଁ ରେଳ ବିଭାଗର ବଡ଼ ପଦକ୍ଷେପ

ରେଳ ଲାଇନରେ ଲାଗିବ ଟ୍ରାକ ନିରାପତ୍ତା ବାଡ଼; ପଶୁ, ଜନ୍ତୁଙ୍କ ସୁରକ୍ଷା ପାଇଁ ରେଳ ବିଭାଗର ବଡ଼ ପଦକ୍ଷେପ

କନକ ବ୍ୟୁରୋ: ରେଳ ନିରାପତ୍ତାକୁ ବୃଦ୍ଧି କରିବା ସହ ଟ୍ରେନ ଲାଇନରେ ପଶୁଜନ୍ତୁଙ୍କ ମୃତ୍ୟୁକୁ ରୋକିବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଭାରତୀୟ ରେଳ ବିଭାଗ । ଭଦ୍ରକ-ବାଲେଶ୍ୱର-ଖଡ଼ଗପୁର ରେଳ ସେକ୍ସନରେ ନିରାପତ୍ତା ବାଡ (ଫେନ୍ସିଂ) ପ୍ରକଳ୍ପ ପାଇଁ ୨୦୨.୧୨ କୋଟି ଟଙ୍କା ମଞ୍ଜୁର କରିଛି।

ସମ୍ବେଦନଶୀଳ ରେଳ ଧାରଣା ପାଖରେ ଏହି କାର୍ୟ୍ୟ କରାଯିବ। ଉଭୟ ଡବଲ୍ ଡବ୍ଲୁ ମେଟାଲ୍ ବିମ୍ କ୍ରାସ୍ ବ୍ୟାରିୟର ଏବଂ ଫିକ୍ସଡ୍ ନଟ୍ ଫେନ୍ସିଂ ବାରିୟର ଏହି ସମ୍ବେଦନଶୀଳ କ୍ଷେତ୍ରମାନଙ୍କରେ ନିର୍ମାଣ କରାଯିବ। ଫେନସିଂ ପାଇଁ ଏହି ସ୍ଥାନ ଗୁଡିକ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି । କାରଣ ରେଳ ଧାରଣା ଉଚ୍ଚତା ପ୍ରାୟ ଚଳପ୍ରଚଳ ଅଞ୍ଚଳର ଭୂମିସ୍ତର ସହିତ ସମାନ ରହିଛି ଯାହାଦ୍ୱାରା ଗୃହପାଳିତ ପଶୁ ଏବଂ ଅନଧିକାର ପ୍ରବେଶକୁ ରେଳ ଟ୍ରାକ ପାର ହେବାପାଇଁ ବାରଣ କରାଯାଇ ପାରିବ।

ଏହି ନିରାପତ୍ତା ବାଡ଼ କେବଳ ସୁରକ୍ଷିତ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରିବ ନାହିଁ ବରଂ ରେଳ ଧାରଣାକୁ ଅନଧିକୃତ ପ୍ରବେଶ, ରେଳ ଧାରଣା ନିକଟରେ ଗୋରୁ କିମ୍ବା ଗୃହପାଳିତ ପଶୁ ଚରାଇବା ଏବଂ ରେଳ ଲାଇନ ନିକଟରେ ବଣୁଆ ଜନ୍ତୁର ଗତିବିଧି ଉପରେ ମଧ୍ୟ ଏହା ପ୍ରତିବନ୍ଧକ ଲଗାଇବ। ଏହି ବାଡ଼ଦେବା କାର୍ୟ୍ୟକୁ ସୁନିଶ୍ଚିତ କରିବା ଏବଂ ଯେକୌଣସି ବ୍ୟାଘାତକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରାକ ନିକଟରେ ନିଜ ସୀମା ମଧ୍ୟରେ ପ୍ରାଚୀର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe