କନକ ବ୍ୟୁରୋ : ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ଲାଇନମ୍ୟାନ୍ ଦିବସ ଓ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଲାଇନମ୍ୟାନ୍ ଓ ଗ୍ରାଉଣ୍ଡ୍ ମେଟେଂନାନ୍ସ ଷ୍ଟାଫଙ୍କର ମୂଲ୍ୟବାନ ଯୋଗଦାନକୁ ସ୍ୱୀକୃତି ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ବିଦ୍ୟୁତ ଭିତିଭୂମିକୁ ବଜାୟ ରଖିବା ଏବଂ ଅଭାବନୀୟ ବିଦ୍ୟୁତ ବିଭ୍ରାଟକୁ ରୋକିବା ଲାଗି ୨୪ ଘଣ୍ଟା କାମ କରୁଥିବା ଲାଇନମ୍ୟାନ୍ ଓ ଗ୍ରାଉଣ୍ଡ୍ ମେଟେଂନାନ୍ସ ଷ୍ଟାଫମାନଙ୍କ ଅକ୍ଳାନ୍ତ ଉଦ୍ୟମ ଓ ନିଃସ୍ୱାର୍ଥପର ସେବାକୁ ଟିପିଏନଓଡିଏଲ୍ ସ୍ୱୀକାର କରୁଛି । ଲାଇନମ୍ୟାନମାନେ ବିବିଧ କାର୍ଯ୍ୟ କରୁଥିବା ବେଳେ ନୂଆ ସଂଯୋଗ ପାଇଁ ସମ୍ଭାବ୍ୟ ସର୍ବେକ୍ଷଣଠାରୁ ଆରମ୍ଭ କରି ମିଟରିଂ ସମସ୍ୟା ସମାଧାନ କରିବା, ରାଜସ୍ୱ ସଂଗ୍ରହ ଏବଂ ଏଭଳିକି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ଆଦି କାର୍ଯ୍ୟ ଦାୟିତ୍ୱରେ ରହିଛନ୍ତି ।
ଭାରତରେ ୫୨ତମ ଜାତୀୟ ସୁରକ୍ଷା ଦିବସ ଅନୁସାରେ ୨୦୨୩ ମାର୍ଚ୍ଚ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯିବ । ଚଳିତ ବର୍ଷର ଜାତୀୟ ସୁରକ୍ଷା ଦିବସର ବିଷୟବସ୍ତୁ ହେଉଛି ‘‘ଆମର ଲକ୍ଷ୍ୟ-ଶୂନ କ୍ଷତି’’ । ସୁରକ୍ଷା ସପ୍ତାହ ପାଳନରେ ପ୍ରତ୍ୟକ୍ଷ ଭାବେ ଭାଗ ନେବା ପାଇଁ ଟିପିଏନଓଡିଏଲ୍ ସମସ୍ତ କର୍ମଚାରୀଙ୍କୁ ଉତ୍ସାହିତ କରୁଛି ଏବଂ ଏକ ନିରନ୍ତର ସୁରକ୍ଷା ସଂସ୍କୃତି ଗଠନ କରିବା ଲାଗି ଏହାର ପ୍ରତିବଦ୍ଧତାକୁ ଦୋହରାଉଛି ।

ଏହି ଅବସରରେ ଅତିଥି ଭାବେ ଟିପିଏନଓଡିଏଲ୍ର ସିଇଓ ଭାସ୍କର ସରକାର, ଚିଫ୍ ଅଫ୍ କମର୍ସ ଦୁଷ୍ୟନ୍ତ କୁମାର ତ୍ୟାଗି, ଚିଫ୍ ଅପରେସନ୍ସ ସର୍ଭିସେସ୍ ନିଲେଶ ପଟଫୋଡେ, ଚିଫ୍ ଏଚଆର୍ ଆଡମିନିଷ୍ଟ୍ରେସନ ବଲ୍ଲଭ ସିଂହ, ବାଲେଶ୍ୱରର ଏସଇ ସିଦ୍ଧାର୍ଥ ଶଙ୍କର ରାୟ, ଇଇ-ବିଇଡି ଅମରେଶ୍ୱର ଶତପଥୀ, ଇଇ-ସିଇଡି ଦେବାଶିଷ ପୁହାଣ ଯୋଗ ଦେଇଥିବା ବେଳେ ଟିପିଏନଓଡିଏଲର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ ।
publive-imageଏହି କାର୍ଯ୍ୟକ୍ରମରେ ସମସ୍ତ ଲାଇନମ୍ୟାନ୍ ଏବଂ ୧୧ କେଭି ଓ ୩୩ କେଭି ଏଏମସିର ବିଜନେସ୍ ଆସୋସିଏଟ୍ସ (ବିଏ) ଷ୍ଟାଫମାନଙ୍କୁ ନେଇ ଟିପିଏନଓଡିଏଲ୍ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମଗୁଡ଼ିକ ହେଉଛି ସୁରକ୍ଷା ରାଲି/ ସେଫ୍ଟି ମାର୍ଚ (ସୁରକ୍ଷା ଭ୍ରମଣ), ପତାକା ଉତୋଳନ, ସୁରକ୍ଷା ଶପଥପାଠ, ସିଇଓ, ଚିଫ୍ ଅପରେସନ୍, ଚିଫ୍ କମର୍ସିଆଲ୍, ଚିଫ୍ ଏଚଆରଙ୍କ ଅଭିଭାଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ନିର୍ଦିଷ୍ଟ ଡିଭିଜନରେ ଟିପିଏନଓଡିଏଲ୍ ଓ ବିଏ କର୍ମଚାରୀ, ସୁରକ୍ଷା କିଟ୍, ପୁରସ୍କାର ବିତରଣ, ସୁରକ୍ଷା ସ୍ଲୋଗାନ୍/ କବିତା, ସମସ୍ତ କର୍ମଚାରୀଙ୍କ ପାଇଁ ଇ-କୁଇଜ୍, ହାଜାର୍ଡସ୍ ହଂଟ୍ ରିପୋର୍ଟିଂ, ସମ୍ବେଦନଶୀଳ ସ୍ଥଳ, ଜନ ସୁରକ୍ଷା ସଚେତନତା ଏବଂ ପିଟିଡବ୍ଲୁ ଏବଂ ଡିଭିଜନ ସ୍ତରରେ ଜେଏସ୍ଏ ସଚେତନତା ଅଧିବେଶନ ।

ଏହି କାର୍ଯ୍ୟକ୍ରମରେ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର କହିଛନ୍ତି ଯେ, “ଜାତୀୟ ସୁରକ୍ଷା ସପ୍ତାହ ୨୦୨୩ର ପ୍ରଥମ ଦିନକୁ ଆମେ ଲାଇନମ୍ୟାନ୍ ଦିବସ ଭାବେ ପାଳନ କରୁଛୁ । ଆମ ପାଇଁ ଲାଇନମ୍ୟାନମାନଙ୍କ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଗ୍ରାହକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ସେମାନେ ସବୁଠୁ ଅସୁରକ୍ଷିତ ସ୍ଥିତିରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି । କର୍ତବ୍ୟରେ ରହି କାର୍ଯ୍ୟ କରିବା ବେଳେ “ଟେଷ୍ଟ ବିଫୋର ଟଚ’’୍ (ଟିବିଟି) ମନ୍ତ୍ରକୁ ସବୁ ଲାଇନମ୍ୟାନ୍ ଭାଇମାନେ ମନେ ରଖନ୍ତୁ ବୋଲି ନିବେଦନ କରିଛନ୍ତି । ଆମ ଲାଇନମ୍ୟାନମାନଙ୍କ ଜୀବନର ମୂଲ୍ୟ ଆମେ ବୁଝୁଛୁ ଏବଂ ସେମାନଙ୍କ ପାଇଁ ଉପଯୁକ୍ତ ତାଲିମ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି ଏବଂ ସମସ୍ତ ଆବଶ୍ୟକ ପ୍ରତିଷେଧକ ଉପକରଣ ଲାଇନମ୍ୟାନମାନଙ୍କୁ ପ୍ରଦାନ କରାଯାଇଛି ।