୮ ଦିନ ବି ଚାଲିପାରିଲାନି ଟୟ ଟ୍ରେନ୍ । ଇଞ୍ଜିନରେ ଲାଗିଲା ନିଆଁ, ବନ୍ଦ କରାଗଲା ଟୟ ଟ୍ରେନ୍ ଯାତ୍ରା

194

କନକ ବ୍ୟୁରୋ : ୮ ଦିନ ବି ଚାଲିପାରିଲା ନାହିଁ ନନ୍ଦନକାନନର ଟୟ ଟ୍ରେନ୍ । ଇଂଜିନରେ ନିଆଁ ଲାଗିବା ପରେ ନନ୍ଦନକାନନରେ ଟୟ ଟ୍ରେନକୁ ବନ୍ଦ କରିଦିଆଗଲା । ଟୟଟ୍ରେନରେ ଯାନ୍ତ୍ରିକସମସ୍ୟା କାରଣରୁ ଏହା ବନ୍ଦ ଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସଂଜିତ କୁମାର ସୂଚନା ଦେଇଛନ୍ତି ।
ଗତକାଲି ଟୟଟ୍ରେନରେ ଯାତ୍ରା ସମୟରେ ଇଂଜିନରେ ନିଆଁ ଲାଗି ଯାଇଥିଲା । ଅଳ୍ପକେ ବର୍ତିଥିଲେ ପର୍ଯ୍ୟଟକ । ସେଥିପାଇଁ ଟୟଟ୍ରେନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିବା କୁହାଯାଇଛି । ନନ୍ଦନକାନନରେ ଟୟ ଟ୍ରେନ ଚଳାଚଳ ଦାୟିତ୍ୱରେ ଥିବା ରାଇଟସ ସଂସ୍ଥା ଇଂଜିନିୟର ଏହାର ଯାଂଚ କରିବେ ବୋଲି କୁହାଯାଇଛି । ଗତ ୮ ତାରିଖରେ ନନ୍ଦନକାନନର ୬୬ତମ ବନ୍ୟପ୍ରାଣୀ ସପ୍ତାହ ଉତ୍ସବ ଅବସରରେ ଏହି ଟୟ ଟ୍ରେନର ଉଦଘାଟନ କରାଯାଇଥିଲା ।