ଖାଲି ଅଟକୁଛି ଟୟ ଟ୍ରେନ । ଦିନେ ଗଡୁଛି, ପୁଣି ରହୁଛି । ପର୍ଯ୍ୟଟକଙ୍କୁ ଖୁସି କମ୍, ଟେନସନ ଦେଉଛି ଟୟ ଟ୍ରେନ ।

89

କନକ ବ୍ୟୁରୋ: ନନ୍ଦନକାନନରେ ପୁଣି ଅଧାବାଟରେ ଅଟକିଲା ଟୟ ଟ୍ରେନ । ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରେ ଅଟକିଲା ଟୟ ଟ୍ରେନ । ଟ୍ରେନ ଅଟକିବା ପରେ ଅଧାବାଟରୁ ସ୍ୱତନ୍ତ୍ର ଗାଡିରେ ପର୍ଯ୍ୟଟକଙ୍କୁ ଫେରାଇ ଅଣାଗଲା । ପର୍ଯ୍ୟଟକଙ୍କୁ ଫେରସ୍ତ କରାଗଲା ଟୟ ଟ୍ରେନର ଯାତ୍ରା ଭଡା । ଅଧାବାଟରେ ଅଟକିବା ନେଇ ସୂଚନା ଦେଲେ ନନ୍ଦନକାନନ ଏସିଏଫ ।

ତେବେ କିଛି ଦିନ ବନ୍ଦ ରହିବା ପରେ ଗତକାଲି ଗଡିଥିଲା ଟୟ ଟ୍ରେନ । ପର୍ଯ୍ୟଟକ ଟ୍ରେନରେ ବସି ମଜା ନେଇଥିବା ବେଳେ ପୁଣି ଆଜି ଅଧାବାଟରେ ବନ୍ଦ ହୋଇ ପଡିଛି । ନିକଟରେ ଟ୍ରେନର ଇଞ୍ଜିନରେ ଯାନ୍ତ୍ରିକ ତୃଟି ପରିଲିକ୍ଷିତ ହୋଇଥିଲା । ଏହାପରେ ମରାମତି ହେଉଥିବାରୁ ଏହି ସେବା ବନ୍ଦ ରହିଥିଲ। । ଇଞ୍ଜିନରେ ଥିବା ତ୍ରୁଟିକୁ ସୁଧାର କରାଯାଇ ଟୟ ଟ୍ରେନ ଗଡିଥିଲ।

ଅକ୍ଟୋବର ୮ ତାରିଖରେ ଲୋକାର୍ପିତ ହୋଇଥିବା ଟୟ ଟ୍ରେନ  ୮ ଦିନ ଠିକରେ ଚାଲିନପାରିନଥିଲା । କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ଟୟ ଟ୍ରେନ  ବାରମ୍ବାର କାହିଁକି ଅଟକୁଛି ? ଏହି ଅଘଟଣ ପାଇଁ କିଏ ଦାୟୀ ? ନନ୍ଦନକାନନ କର୍ତୃପକ୍ଷ ନା ଟୟ ଟ୍ରେନ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ? ତେବେ ବନ୍ଦ ପଛର କାରଣ ଓ କେଉଁଠି ତ୍ରୁଟି ରହୁଛି ତାର ସମାଧାନ ଖୁବଶୀଘ୍ର ଆବଶ୍ୟକତା ରହିଛି ।