ଟ୍ରେନରେ ନେତାଙ୍କ ନକଲ କରି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଖେଳନା ବିକାଳୀ ଅବିନାଶ ଦୁବେ ! ଏବେ ଗିରଫ କଲା ପୋଲିସ୍

651

ରେଳବାଇ ପୋଲିସ୍ ପକ୍ଷରୁ ଗୁଜୁରାଟର ସୁରତରୁ ଅବିନାଶ ଦୁବେ ନାମକ ସେହି ଖେଳନାବାଲାକୁ ଗିରଫ କରାଯାଇଛି ଯେ କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଭିନ୍ନ ଅନ୍ଦାଜରେ ଖେଳନା ବିକ୍ରି କରି ଭାଇରାଲ୍ ହୋଇଥିଲା । ବାରାଣାସୀରେ ରହୁଥିବା ଏହି ଖେଳନାବିକାଳୀ ଟ୍ରେନ୍ ରେ ଖେଳନା ବିକ୍ରି କରୁଥିବା ସମୟରେ ନେତାଙ୍କ ମିମିକ୍ରି କରୁଥିଲା । ଏହାପରେ ଏହାର ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଆରପିଏଫ୍ ଅବିନାଶଙ୍କ ଉପରେ ଟ୍ରେନରେ ବେଆଇନ୍ ଭାବେ ପ୍ରବେଶ କରି ସାମଗ୍ରୀ ବିକ୍ରି କରିବା , ଶୃଙ୍ଖଳାଭଙ୍ଗ କରିବା ଏବଂ ଅଭଦ୍ର ଭାଷା ପ୍ରୟୋଗ କରିବା ସହ ଅନ୍ୟ ମାମଲାରେ ଏକ ଏଫଆଇଆର୍ କରିଥିଲେ ।

ତେବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ୬ ମିନିଟର ଭିଡିଓରେ ଅଭିନାଶଙ୍କ ଖେଳନା ବିକ୍ରି କରିବାର ଅନ୍ଦାଜ୍ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସୁଥିବାର ଦେଖାଯାଉଛି । ଏହାକୁ ୟୁଜର ମଧ୍ୟ ପସନ୍ଦ କରିଛନ୍ତି । ଭିଡିଓରେ ଯେତେବେଳେ ଜଣେ ବ୍ୟକ୍ତି ଯୁବକଙ୍କୁ ତାଙ୍କ ନାଁ ପଚାରୁଛନ୍ତି ସେ କହୁଛନ୍ତି , ମେରା ନାମ ଅବଧେସ୍ ଦୁବେ , ଦେଖେନହିଁ ୫-୬ କୋ ଲେକର୍ ଲେ ଡୁବେ । ନାଁ ରେ ହିଁ ଅସୁବିଧା ଅଛି ମୋର । ସୁଚନା ମୁତାବକ,ବାରାଣାସୀରେ ରହୁଥିବା ଅବିନାଶ ଦୁବେ ଗୁଜୁରାଟର ବଲସାଡ୍ ଆସିଥିଲେ ଏବଂ ସୁରତରେ ଟ୍ରେନରେ ଖେଳନା ବିକ୍ରି କରୁଥିଲେ ।