କନକ ବ୍ୟୁରୋ : ରହିଲା ଗାଁ ଲୋକଙ୍କ ଜିଦ୍ । ନିର୍ବାଚନ ପୂର୍ବରୁ ଗାଁରେ ପହଂଚିଲା ମୋବାଇଲ ଟାୱାର ନିର୍ମାଣ ସାମଗ୍ରୀ । ଗାଁରେ ଟାୱାର ନ ବସିଲେ ଭୋର୍ଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ ଗ୍ରାମବାସୀ । ୫ ପଂଚାୟତବାସୀ ପ୍ରାର୍ଥୀପତ୍ର ଦାଖଲ ନ କରିବାକୁ ନିବେଦନ କରି ଧାରଣା ଦେଇଥିଲେ । ସେମାନଙ୍କ କଥା ମାନି କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ମଧ୍ୟ କରିନଥିଲେ । ଶେଷରେ ପ୍ରଶାସନ ପକ୍ଷରୁ ଟାୱାର ବସାଇବା ପାଇଁ ସମସ୍ତ ସାମ୍ରଗୀ ଆସି ପହଂଚିବା ସହ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଲେଇବଣେଇ ବ୍ଲକରେ । ଏହି ବ୍ଲକର ଡିମିରିକୁଦା. ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଖାରମୁଣ୍ଡା ପଂଚାୟତରେ ମୋବାଇଲ ନେଟୱାର୍କ ଆସୁନାହିଁ । ଫଳରେ ଲୋକଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ନେଟୱାର୍କ ନ ଥିବାରୁ ପାଠ ପଢିବାରେ ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡୁଛନ୍ତି । କୌଣସି ଜରୁରୀ କାର୍ଯ୍ୟରେ ଯୋଗାଯୋଗ କରିବା ସମ୍ଭବପର ହେଉନାହିଁ । ଏଥର ପଂଚାୟତ ନିର୍ବାଚନ ପୂର୍ବରୁ ଏହି ୫ ପଂଚାୟତବାସୀ ଟାୱାର ନ ନ ବସିଲେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/15-15.jpg)