ପଶ୍ଚିମବଙ୍ଗରେ ଖୋଲିବ ଯାତ୍ରା, ସିନେମାହଲ ଓ ମୁକ୍ତକାଶ ରଙ୍ଗମଚ । ଅକ୍ଟୋବର ପହିଲାରୁ ଖୋଲିବାକୁ ମମତାଙ୍କ ଅନୁମତି : ଓଡିଶାରେ କଣ ହେବ, ନୂଆ ଗାଇଡଲାଇନକୁ ଅପେକ୍ଷା

205

କନକ ବ୍ୟୁରୋ : ଅକ୍ଟୋବର ପହିଲାରୁ ପଶ୍ଚିମବଙ୍ଗରେ ଖୋଲିବ ଯାତ୍ରା, ସିନେମାହଲ ଓ ମୁକ୍ତାକାଶ ରଙ୍ଗମଂଚ । କୋଭିଡ ନିୟମ ମାନିବା ସହ କିଛି କଟକଣା ରଖି ଏଭଳି ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିଭଳି ନୃତ୍ୟ, ଗୀତ ଓ ମ୍ୟାଜିକ ଶୋକୁ ମଧ୍ୟ ଆସନ୍ତା ମାସରୁ ଅନୁମତି ମିଳିବ । ତେବେ ଏଥିରେ ୫୦ଜଣ କିମ୍ବା ତାଠାରୁ କମ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି । ତେବେ ଏହି ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବାକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ ମହାମାରୀ ପରେ ସିନେମାହଲ ଖୋଲିବା ପାଇଁ ନିଷ୍ପତି ନେବାରେ ପଶ୍ଚିମବଙ୍ଗ ହେଉଛି ଦେଶର ପ୍ରଥମ ରାଜ୍ୟ ।

କୋଭିଡ ଯୋଗୁଁ ମାର୍ଚରେ ଦେଶରେ ତାଲାବନ୍ଦ ହେବା ପରେ ସିନେମାହଲ ବନ୍ଦ ରହିଥିଲା । ପଶ୍ଚିମବଙ୍ଗରେ ଦଶହରା ପୂର୍ବରୁ ମମତା ବାନାର୍ଜୀ ସରକାର ଏଭଳି ବଡ ନିଷ୍ପତି ନେଇଛନ୍ତି । ତେବେ ଓଡିଶାରେ ଅକ୍ଟୋବର ପହିଲାରୁ କଣ ହେବ ସେ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦିନେ ଦୁଇଦିନ ମଧ୍ୟରେ ରାଜ୍ୟ ପାଇଁ ଅକ୍ଟୋବରର ଗାଇଡଲାଇନ ଘୋଷଣା କରିବେ ସରକାର । ଏହି ନୂଆ ଗାଇଡଲାଇନରେ ସିନେମାହଲ ଓ ମୁକ୍ତାକାଶ ରଙ୍ଗମଂଚ ଖୋଲିବ କି ନାହିଁ ସେ ଉପରେ ସମସ୍ତଙ୍କ ନଜର ରହିଛି ।