କନକ ବ୍ୟୁରୋ: ବିଦାୟ ନେଉଛି ବର୍ଷ ୨୦୨୩ । ନୂଆ ବର୍ଷ ୨୦୨୪କୁ ସ୍ୱାଗତ କରିବା ପାଇଁ ସବୁଠୁ ପ୍ରସ୍ତୁତି ଆରମ୍ଭ ହେଲାଣି । ଆଜି ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିଛନ୍ତି ଲୋକେ । ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗ ସମେତ ବିଭିନ୍ନ ସ୍ଥାନରେ ବର୍ଷର ସୂର୍ଯ୍ୟୋଦୟକୁ ଉପଭୋଗ କରିଛନ୍ତି । ସୂର୍ଯ୍ୟୋଦୟ ଦେଖିବା ପାଇଁ ଭୋରରୁ ଚନ୍ଦ୍ରଭାଗା କୂଳରେ ଲୋକେ ଏକାଠି ହୋଇଥିଲେ । ଦୀପ ଜାଳି ସୂର୍ଯ୍ୟଙ୍କୁ ସ୍ୱାଗତ କରିଥିଲେ । ଏହା ସହ ମୋବାଇଲ୍ରେ ବର୍ଷର ଶେଷ ସୂର୍ଯ୍ୟୋଦୟକୁ କ୍ୟାମେରାରେ କଏଦ କରିଥିଲେ ଲୋକେ ।
ବର୍ଷର ଶେଷ ସୂର୍ଯ୍ୟ ଉଦୟ ଦେଖିବାକୁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ । ଆଜିଠୁ ଏସି ସେଡ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ ।
/kanak/media/post_attachments/wp-content/uploads/2023/12/sunrise.jpg)