ଭିତରକନିକାରେ ଇକୋ-ରିଟ୍ରିଟର ମଜା ନେଉଛନ୍ତି ପର୍ଯ୍ୟଟକ । ମନମୋହୁଛି ତ୍ରିକୋଣା ଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ

168

କନକ ବ୍ୟୁରୋ : ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀର ତ୍ରିକୋଣା ଭୂମିରେ ଗଢି ଉଠିଥିବା ଭିତରକନିକାର ପ୍ରାକୃତିକ ପରିବେଶ ବାସ୍ତବିକ ମନମୁଗ୍ଧକର । ଭିତରକନିକାର ବଉଳା କୁମ୍ଭୀର, ରଂଗବେରଂଗର ପକ୍ଷୀ, ହେନ୍ତାଳ ଇଚ୍ଚ ସାରା ବିଶ୍ୱର ପ୍ରକୃତିପ୍ରେମୀ ପ୍ରଥମ ପସନ୍ଦ । ଚଳିତ ବର୍ଷ ପ୍ରଥମଥର ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଇକୋ ରିଟ୍ରିଟ ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟଟକ ତମ୍ବୁ ତଳେ ରହି ରାତି କାଟିବା ସହ ପ୍ରାକୃତିକ ସନ୍ଦୌଯ୍ୟରେ ମଜା ଉଠାଉଛନ୍ତି ।

ବଉଳା କୁମ୍ଭୀରଙ୍କ ଅମରାବତି ପ୍ରାକୃତିକ ବିଭବରେ ଭରପୁର ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ଭିତରକନିକାରେ ହୋଇଥିବା ଇକୋ-ରିଟ୍ରିଟର ରହି ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ପାଟ୍ଟଶାଳା ନଦୀର ସୁଦୀର୍ଘ ନୀଳ ଜଳରାଶିରେ ବୋଟିଂ କରି ନୈସର୍ଗିକ ଶୋଭାରାଶିକୁ ଉପଭୋଗ କରୁଛନ୍ତିପର୍ଯ୍ୟଟକ ।

ଭିତରକନିକାରେ ରାତିି କାଟିବା ସହ ଦୁଃସାହାସିକ କ୍ରୀଡା ଓ ଭାସମାନ ରେଷ୍ଟୁରାଂଟର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ନଳିତାପାଟିଆରେ ୩ ପ୍ରକାରର ୨୧ଟି ବିଳାସପୂର୍ଣ୍ଣ କଟେଜ ରହିଛି । ପ୍ରିମିୟମ ସୁଇସ କଟେଜ, ରୟାଲ କଟେଜ ଓ ରୟାଲ ଫ୍ୟାମିଲି କଟେଜ ନିର୍ମାଣ କରାଯାଇଛି । ୨ ଜଣ ପର୍ଯ୍ୟଟକ ଇକୋ ରିଟ୍ରିଟ କଟେଜ ରହିବା ସହ ଖାଦ୍ୟ, ପାନୀୟ ଓ ଭିତରକନିକା ବୁଲିବା ପାଇଁ ସର୍ବନିମ୍ନ ୯ହଜାର ଟଙ୍କା ଦେବାକୁ ପଡୁଛି । ଦିନବେଳା କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲି ଦେଖିବା ପରେ ଭାସମାନ ରେଷ୍ଟୁରାଂଟରେ କ୍ୟାଣ୍ଡେଲ ନାଇଟ୍ ଡିନର ସହ ନାଚଗୀତରେ ଝୁମୁଛନ୍ତି ପର୍ଯ୍ୟଟକ ।