ଏଣିକି ୧୦୦ ଟଙ୍କାରେ ପୁରୀରେ ରହିପାରିବେ ପର୍ଯ୍ୟଟକ : ବାସେଳୀ ସାହି ଥାନା ନିକଟରେ ଭକ୍ତ ନିବାସ ପାଇଁ ଜାଗା ଚିହ୍ନଟ

 ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର

205

କନକ ବ୍ୟୁରୋ : ଏଣିକି ପୁରୀକୁ ଗଲେ ଶସ୍ତା ରହିପାରିବେ ପର୍ଯ୍ୟଟକ । ମାତ୍ର ୧୦୦ରୁ ଦେଢ ଶହ ଟଙ୍କାରେ ସରକାରୀ ଭକ୍ତ ନିବାସରେ ରହଣୀ କରିପାରିବେ । ଭକ୍ତ ନିବାସ ପାଇଁ ପୁରୀ ବାସେଳୀ ସାହି ଥାନା ନିକଟରେ ଜାଗା ଚିହ୍ନଟ ହୋଇଛି । ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି ।

୩ରୁ ୪ ହଜାର ଲୋକଙ୍କ ରହଣୀ ପାଇଁ ବ୍ୟବସ୍ଥା ହେଉଛି । ଭକ୍ତ ନିବାସରେ ରହିବା ପାଇର୍ ବେଡ଼ ପିଛା ୧୦୦ରୁ ୧୫୦ ଟଙ୍କା ଦେବାକୁ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ଐତିହାସିକ କରିଡର ମଧ୍ୟ ସମୀକ୍ଷା କରାଯାଇଛି ।

ସେପଟେ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭି ଟି ସଚିବ ଭିକେ ପାଣ୍ଡିଆନ । ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଆଲୋଚନା କରିଛନ୍ତି ଫାଇଭି ଟି ସଚିବ । ଜିଲ୍ଲାପାଳ, ଏସପିଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ପାଣ୍ଡିଆନ୍ ।