କନକ ବ୍ୟୁରୋ : ଏଣିକି ପୁରୀକୁ ଗଲେ ଶସ୍ତା ରହିପାରିବେ ପର୍ଯ୍ୟଟକ । ମାତ୍ର ୧୦୦ରୁ ଦେଢ ଶହ ଟଙ୍କାରେ ସରକାରୀ ଭକ୍ତ ନିବାସରେ ରହଣୀ କରିପାରିବେ । ଭକ୍ତ ନିବାସ ପାଇଁ ପୁରୀ ବାସେଳୀ ସାହି ଥାନା ନିକଟରେ ଜାଗା ଚିହ୍ନଟ ହୋଇଛି । ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି ।
୩ରୁ ୪ ହଜାର ଲୋକଙ୍କ ରହଣୀ ପାଇଁ ବ୍ୟବସ୍ଥା ହେଉଛି । ଭକ୍ତ ନିବାସରେ ରହିବା ପାଇର୍ ବେଡ଼ ପିଛା ୧୦୦ରୁ ୧୫୦ ଟଙ୍କା ଦେବାକୁ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।ଶ୍ରୀମନ୍ଦିର ଉନ୍ନତିକରଣ ପାଇଁ ଐତିହାସିକ କରିଡର ମଧ୍ୟ ସମୀକ୍ଷା କରାଯାଇଛି ।
ସେପଟେ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଫାଇଭି ଟି ସଚିବ ଭିକେ ପାଣ୍ଡିଆନ । ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଭକ୍ତଙ୍କ ଦର୍ଶନ ପାଇଁ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେନେଇ ଆଲୋଚନା କରିଛନ୍ତି ଫାଇଭି ଟି ସଚିବ । ଜିଲ୍ଲାପାଳ, ଏସପିଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ପାଣ୍ଡିଆନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/unnamed-3.jpg)