କରୋନା ପାଇଁ ପୁରୀ ଯାଉଥିବା ପର୍ଯ୍ୟଟକଙ୍କ ଉପରେ କଟକଣା । ରାତିରେ ବି ପିପିଲି ଟୋଲଗେଟରେ ଚାଲିଲା ଚେକିଂ । ରାତି ଅଧରେ ବସକୁ ଅଟକାଇ ତନ୍ନ ତନ୍ନ କରି ଯାଞ୍ଚ୍ କରୁଥିବା ଦେଖିବାକୁ ମିଳିଛି । ପରିବହନ କର୍ମଚାରୀ , ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ପୁରୀ ପ୍ରବେଶ ପଥ ପିପିଲି ଟୋଲ୍ ଗେଟରେ ଯାଞ୍ଚ୍ କରୁଛନ୍ତି ।/kanak/media/post_attachments/wp-content/uploads/2020/03/Screen-Shot-2020-03-17-at-9.41.50-AM-300x237.png)
ଏପରିକି କେତେକ ଗାଡି ଓ ଗାଡିରେ ଥିବା ପର୍ଯ୍ୟଟକ ମାନଙ୍କୁ ପିପିଲି ଟୋଲ ଗେଟ୍ ନିକଟରୁ ଫେରାଇ ଦିଆଯାଉଛି । ଆସନ୍ତା ୩୧ ତାରିଖ ଯାଏଁ ଏପରି ଯାଞ୍ଚ୍ ଜାରି ରହିବ । କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁରୀ ଆସୁଥିବା ସମସ୍ତ ଗାଡିକୁ ପିପିଲି ଟୋଲଗେଟରେ ଯାଞ୍ଚ୍ କରାଯାଉଛି ।
Follow Us
/kanak/media/post_attachments/wp-content/uploads/2020/03/Screen-Shot-2020-03-17-at-9.42.21-AM-300x237.png)