କନକ ବ୍ୟୁରୋ: ପାହାଡିଆ ରାଜ୍ୟରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ହିମାଚଳପ୍ରଦେଶ,ଉତ୍ତରାଖଣ୍ଡ ଓ ଜମ୍ମୁକଶ୍ମୀର ପରି ରାଜ୍ୟରେ କଟକଣା କୋହଳ ହେବା ପରେ ମେଟ୍ରୋ ସିଟିରୁ ହଜାର ସଂଖ୍ୟକ ପର୍ଯ୍ୟଟକଙ୍କମାନେ ସେଠାରେ ପହଁଚୁନ୍ତି । ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସୁଦ୍ଧା ଶେଷ ବି ହୋଇ ନାହିଁ ସେପଟେ ପାହାଡିଆ ପର୍ଯ୍ୟଟନ ସ୍ଥଳିରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଭିଡ ଜମାଇଲେଣି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି ।
ହିମାଚଳ ପ୍ରଦେଶରେ ଲକଡାଉନ୍ କଟକଣା କୋହଳ ହେବା ପରେ ସେଠାରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି । ମନାଲି ରାସ୍ତାରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଗହଳି ଜମାଇଥିବା ଦେଖିବାକୁ ମିଳିଛି । ପ୍ରାୟ ୭ଲକ୍ଷରୁ ଉର୍ଦ୍ଧ ସଂଖ୍ୟକ ପର୍ଯ୍ୟଟକ ଏଠାରେ ପହଁଚି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଛନ୍ତି । ସେହିପରି ଲକଡାଉନ୍ କୋହଳ ହେବାପରେ ଡେରାଡୁନ ସହରର ଦୃଶ୍ୟ ମଧ୍ୟ ସମାନ । କରୋନା ମହାମାରୀ ଭିତରେ ଅନେକ ଦିନ ଘରେ ବନ୍ଦ ରହିବା ପରେ ଛୁଟି ମନାଇବାକୁ ଡେରାଡୁନରେ ପର୍ଯ୍ୟଟକଙ୍କ ଭିଡ ବଢିବାରେ ଲାଗିଛି ।
ଖାଲି ସେତିକି ନୁହେଁ ଜମ୍ମୁ-କାଶ୍ମୀରରେ କୋଭିଡ୍ କଟକଣା କୋହଳ ହେବା ପରେ ଏଠାରେ ମଧ୍ୟ ଟୁରିଷ୍ଟ ପହଁଚିଲେଣି । କିନ୍ତୁ କରୋନା କାଳ ଭିତରେ ପର୍ଯ୍ୟଟକଙ୍କ ଏଭଳି ଭିଡ ଅନେକ ପ୍ରଶ୍ନ ସୃଷ୍ଟି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ହିମାଚଳ ରାଜ୍ୟ ସରକାରଙ୍କୁ ଏଭଳି ଗହଳି ନେଇ ପ୍ରଶ୍ନ କରିଛି । ଆଇସିଏମଆର ଡିଜି ଡକ୍ଟର ବଳରାମ ଭାର୍ଗଭ କହିଛନ୍ତି ପାହାଡିଆ ଅଂଚଳରେ ଭିଡର ଏଭଳି ଦୃଶ୍ୟ ବିଚଳିତ କଲାଭଳି । କୋଭିଡ୍ କଟକଣା କୋହଳ ହୋଇଥିଲେ ବି ପାହାଡିଆ ଅଂଚଳରେ ଭିଡ ନଜମାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପରାମର୍ଶ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/vlcsnap-2021-07-06-22h08m31s121.png)