କନକ ବ୍ୟୁରୋ : ପର୍ଯ୍ୟଟନ ଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ । ବଣ ପାହାଡ ଘେରା  ଅଂଚଳ ସବୁଜିମା ପରିବେଶ ପ୍ରତି ବେଶୀ ଆକୃଷ୍ଟ ହେଉଛନ୍ତି ପର୍ଯ୍ୟଟକମାନେ । ସେହିଭଳି କୋରାପୁଟ ସହର ଠାରୁ ମାତ୍ର ୮ କିଲୋମିଟର ଦୂରରେ କୋଲାବ ନଦୀ କୂଳରେ ରହିଛି  ପଣ୍ଡି ଘାଟ । ବଣ ଜଙ୍ଗଲ ଘେରା ଏହି ନଦୀ କୂଳିଆ ଅଂଚଳରେ ଦୂରଦୂରାନ୍ତରୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ସୁବଜିମା ଏହି ଅଂଚଳରେ ନଈ କୂଳିଆ ଶାନ୍ତ ପରିବେଶ ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରୁଛି । ଅନ୍ୟ ଦିନ ତ ଦୂର କଥା ଶୀତ ଦିନିଆ ଶୀତୁଆ ସକାଳର ଦୃଶ୍ୟ ଏଠି ଟିକେ ନିଆରା । ସୂର୍ଯ୍ୟର ପହିଲି କିରଣ ଆଉ କାକର ଟୋପାର ମୁକ୍ତା ସମ ଆଖି ଝଲସା ଦୃଶ୍ୟ ସøନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣିତ କରୁଛି ।

Advertisment

ସକାଳୁଆ କୁହୁଡିର ଚାଦର ଘେରା ଏହି ଅଂଚଳକୁ ପ୍ରତିଦିନ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ପଣ୍ଡି ଅଂଚଳ ଏବେ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି । ବେଶୀ କରି କୋଲାବ ନଦୀରେ ବୋଟିଂର ବେଶ ମଜା ଉଠାଉଛନ୍ତି ପର୍ଯ୍ୟଟକ ମାନେ । ମନୋରମ ପରିବେଣ ଭିତରେ ଭୋଜି ଭାତର ଆସର ଜମିବା ସହିତ ଏହି ଜାଗାରୁ ସେଲ୍ଫି ନେବାକୁ ଭୁଲୁନାହାନ୍ତି ପର୍ଯ୍ୟଟକ ମାନେ । ତେବେ ଏହି ଜାଗା ପ୍ରତି ଆଉ ଟିକେ ଗୁରୁତ୍ୱ ଦିଆଗଲେ ପର୍ଯ୍ୟଟକ ମାନେ ଏହି ପର୍ଯ୍ୟଟନସ୍ଥଳୀର ବେଶ ମଜା ଉଠାଇପାରିବେ ।

କୋରାପୁଟର ସୌନ୍ଦର୍ଯ୍ୟମୟ ଏହି ପର୍ଯ୍ୟଟନସ୍ଥଳୀ ଏବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ।