କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ପାହାଡ ଜଙ୍ଗଲ ଘେରା ମନୋରମ ପରିବେଶରେ ଆନନ୍ଦପୁର ଚକ୍ରତୀର୍ଥ । ଯେଉଁ ଜାଗା ଏବେ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି   । ପରିବାର ସହ ବୁଲା ବୁଲି କରିବା ସହ ବଣେଭୋଜିର ଜମୁଛି ଆସର । କେନ୍ଦୁଝର ଆନନ୍ଦପୁର –ଭଦ୍ରକ ମୁଖ୍ୟ ରାସ୍ତାର ତରତରା ଛକଠାରୁ ୧୧ କିଲୋମିଟର ଦୂରରେ ପଡେ ପର୍ଯ୍ୟଟନସ୍ଥଳୀ ଚକ୍ରତୀର୍ଥ । ଯାହାର ଉଭୟ ପାଶ୍ୱର୍ରେ ସବୁଜିମା ସାଙ୍ଗକୁ ପାହାଡି ଝରଣା ପର୍ଯ୍ୟଟକଙ୍କ ମନମୋହୁଛି । ଏହି ଜାଗା ନେଇ ମଧ୍ୟ ରହିଛି ବହୁ ପୁରୁଣା କିମ୍ବଦନ୍ତୀ । କୁହାଯାଏ ପ୍ରଭୁ କୃଷ୍ଣ ଏହି ସ୍ଥାନରେ ଚକ୍ର ପେଷି ନିଜ ତୃଷ୍ଣା ମେଂଟାଇଥିଲେ । ତେଣୁ ପାହଡରୁ ଝରିଆସିଥିବା ଏହି ପ୍ରପାତ ଦେଖିବାକୁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ ମାନେ । ଏହି ସ୍ଥାନର ବୁଲିବା ସହିତ ପାହାଡି ଝରଣାର ବେଶ ମଜା ଉଠାଉଛନ୍ତି ।

Advertisment

ଚକ୍ରତୀର୍ଥ ଭଳି ମନୋରମ ପରିବେଶର ନିଜକୁ ହଜାଇ ଦେଉଛନ୍ତି ବୁଲି ଆସୁଥିବା ଲୋକେ । ପାହାଡରୁ ଝରିଆସୁଥିବା ଏହି ଝରଣା ଆକାଶ ଗଙ୍ଗା ନାଁରେ ନାମିତ କରାଯାଇଛି । ଯାହା ଅନବରତ ଝରିବା ସହିତ ଲୋକଙ୍କ ଆମୋଦର ପାଲଟିଛି ମାଧ୍ୟମ । ଦୂରଦୂରାନ୍ତରୁ ଅସୁଥିବା ଲୋକେ ଏଠାରେ ବୁଲିବା ସହ ସେଲଫି ନେବାକୁ ଭୁଲନ୍ତିନି ।

ବଣ ପାହାଡ ଘେରା ସବୁଜିମା ଭିତରେ ରହିଥିବା ଏହି ପର୍ଯ୍ୟଟନସ୍ଥଳୀ ଚକ୍ରତୀର୍ଥକୁ ବହୁ ପର୍ଯ୍ୟଟକଙ୍କୁ ଭିଡ ଲାଗୁଥିବା ବେଳେ ଜମୁଛି ଭୋଜିର ଆସର ।