ଅକ୍ଟୋବରରୁ ରାଜ୍ୟରେ ଖୋଲିବ ପର୍ଯ୍ୟଟନସ୍ଥଳୀ : କରୋନା କଟକଣା ମଧ୍ୟରେ ପର୍ଯ୍ୟଟନସ୍ଥଳୀ ଖୋଲିବା ନେଇ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ

365

କନକ ବ୍ୟୁରୋ : ଅପେକ୍ଷାର ହେଲା ଅନ୍ତ । ଅକ୍ଟୋବରରୁ ଖୋଲିବ ପର୍ଯ୍ୟଟନସ୍ଥଳୀ । କରୋନା କଟକଣା ମଧ୍ୟରେ ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ଖୋଲିବ ବୋଲି ସରକାର ସୂଚନା ରହିଛି । ବିଶ୍ୱ ପର୍ଯ୍ୟଟନ ଦିବସରେ ଏନେଇ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋଭିଡ ପାଇଁ ରାଜ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ ଶିଳ୍ପ ।

ତେବେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତ୍ତି ନେବ । ଚଳିତ ବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

Comments are closed.