କନକ ବ୍ୟୁରୋ : ଅପେକ୍ଷାର ହେଲା ଅନ୍ତ । ଅକ୍ଟୋବରରୁ ଖୋଲିବ ପର୍ଯ୍ୟଟନସ୍ଥଳୀ । କରୋନା କଟକଣା ମଧ୍ୟରେ ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ଖୋଲିବ ବୋଲି ସରକାର ସୂଚନା ରହିଛି । ବିଶ୍ୱ ପର୍ଯ୍ୟଟନ ଦିବସରେ ଏନେଇ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋଭିଡ ପାଇଁ ରାଜ୍ୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ ଶିଳ୍ପ ।
ତେବେ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ନିଷ୍ପତ୍ତି ନେବ । ଚଳିତ ବର୍ଷ ୫ଟି ସ୍ଥାନରେ ଇକୋ ରିଟ୍ରିଟ କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/16-33.jpg)