ଆଗ୍ରାର ତାଜମହଲରୁ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ଗୋଟିଏ କ୍ଲିକରେ! ଘରେ ବସି ଦେଖିପାରିବେ 'Incredible India'

Advertisment
ଆଗ୍ରାର ତାଜମହଲରୁ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ଗୋଟିଏ କ୍ଲିକରେ! ଘରେ ବସି ଦେଖିପାରିବେ 'Incredible India'

ବିବିଧତାରେ ମଧ୍ୟରେ ଏକତା ଏମିତି ହେଉଛି ଆମ ଭାରତ ଦେଶ । ଯିଏ ପୂରା ଦେଶ ବୁଲିଛି ସିଏ ଭାରତର ପ୍ରକୃତ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛି । କିନ୍ତୁ ପୂରା ଭାରତ ଭ୍ରମଣ କରିବା ସମସ୍ତଙ୍କର ଭାଗ୍ୟରେ ଜୁଟେ ନାହିଁ । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଣିକି ଘରେ ବସି ଗୋଟିଏ କ୍ଲିକରେ ଗୋଆର ସମୁଦ୍ର କୂଳର ସୌନ୍ଦର୍ଯ୍ୟ ସାଙ୍ଗକୁ ଦିଲ୍ଲୀର କୁ୍ତବମିନାର ଭଳି ଐତିହାସିକସ୍ଥଳୀକୁ ଘରେ ବସି ଦେଖିପାରିବେ ।

publive-imageସେହିଭଳି ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଠାରୁ ଆରମ୍ଭ କରି ଭାରତର ଅନ୍ୟ ଐଚ୍ଛିହାସିକସ୍ଥଳର କାରୁକାର୍ଯ୍ୟକୁ ଘରେ ବଶି ଉପଭୋଗ କରିପାରିବେ । ଆଉ ଏହାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଗୁଗୁଲ ଆର୍ଟସ ଆଣ୍ଡ କଲଚର ଭାରତୀୟ ପର୍ଯ୍ୟଟନ ବିଭାଗ ସହ ଏକ ଚୁକ୍ତି କରିଛି । ଏହାଦ୍ୱାରା ଭର୍ଚୁଆଲ ରିୟାଲିଟି ମାଧ୍ୟମରେ ପୂରା ଅଞ୍ଚଳକୁ ୩୬୦ ଡିଗ୍ରୀରେ ଦେଖିହେବ । ଇନକ୍ରେଡ଼ିବଲ ଇଣ୍ଡିଆର ବାସ୍ତବ ରୂପକୁ ପୂରା ବିଶ୍ୱ ସାମ୍ନାରେ ପ୍ରଦର୍ଶିତ କରିବା ପାଇଁ ଏହି ଭିଡ଼ିଓରେ ବିଠୁଲ ମନ୍ଦିର ଓ କୁତବ ମୀନାରକୁ ସ୍ଥାନ ଦିଆଯାଇଛି ।

ଭାରତରେ ଥିବା ସୁନ୍ଦର ପର୍ଯ୍ୟଟନକ୍ଷେତ୍ରକୁ ନେଇ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ କେ.ଜେ ଆଲଫୋନ୍ସ କହିବା ଅନୁଯାୟୀ, ଭାରତରେ ଏପରି ଅନେକ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ରହିଛି ଯେଉଁଠାରେ ଜଳବାୟୁ, ଭୁଗୋଳ, ସଂସ୍କୃତି, କଳା,ସାହିତ୍ୟ ଓ ଖାଦ୍ୟକୁ ନେଇ ଭିନ୍ନ ଭିନ୍ନ ଅନୁଭୂତି ମିଳିଥାଏ । ଏହାଛଡା ଭାରତର ବିଭିନ୍ନ ଐତିହାସିକସ୍ଥଳୀର କାରୁକାର୍ଯ୍ୟ ଓ ସୌନ୍ଦର୍ଯ୍ୟକୁ ବିଶ୍ୱବାସୀଙ୍କ ସାମ୍ନାରେ ରଖିବା ପାଇଁ ଏବେ ଭାରତ ତତ୍ପର । ଏନେଇ ଗୁଗୁଲ ସହ ଚୁକ୍ତି କରି ବିଦେଶୀ ପର୍ଯ୍ୟଟକଙ୍କୁ ଏହି ପ୍ଲାଟଫର୍ମରେ ସାମିଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି ।

ଏଥିପାଇଁ ଗୁଗୁଲର ଏକ ଟିମ୍ ୧୨ ଦିନିଆ ଭାରତ ଗସ୍ତ କରି ହମ୍ମି, ଦିଲ୍ଲୀ, ଗୋଆ ଓ ଅମୃତସରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଗୁଗୁଲର ୟି ହେଲି କ୍ୟାମେରାରେ ପୂରା ୩୬୦ ଡିଗ୍ରୀରେ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । ଭାରତରେ ୧୨ ଦିନର ରହଣି ମଧ୍ୟରେ ୪୦ ଘଣ୍ଟାର ଯାତ୍ରାରେ ପୂରା ଭାରତର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିବା କମ୍ପାନି ପକ୍ଷରୁ ଏକ ବ୍ଲଗରେ କୁହାଯାଇଛି । ସେହିଭଳି ଭିଡ଼ିଓରେ ବିଭିନ୍ନ ଅଞ୍ଚଳର ଲୋକଗୀତ ଓ ସଂଗୀତ ବ୍ୟବହାର କରାଯାଇଛି । ଏନେଇ ଗୁଗୁଲର କଳା ଓ ସଂସ୍କୃତିର ପ୍ରମୁଖ ଲୁଇସିଲା ମଜାଜା କହିଛନ୍ତି, ଗୁଗୁଲ ଆର୍ଟ ଆଣ୍ଡ କଲଚର ଲୋକଙ୍କୁ ଏକ ଉତ୍ତମ ଯାତ୍ରା ଅନୁଭବ ପ୍ରଦାନ କରିଥାଏ । ପର୍ଯ୍ୟଟନ ମନ୍ତ୍ରାଳୟ ସହ ହୋଇଥିବା ଚୁକ୍ତି ଦ୍ୱାରା ଅତୁଳନୀୟ ଭାରତ ଅଭିଯାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଣିବାକୁ ପ୍ରୟାସ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe