କନକ ବ୍ୟୁରୋ : ଆସୁଛି ନୂଆ ବରଷ । ଏବେ ଚାଲିଛି ପର୍ଯ୍ୟଟନ ଋତୁ । ଅନ୍ୟସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିବାବେଳେ ଚିଲିକାର ମାଆ ଅଧିଷ୍ଠାତ୍ରୀ ଦେବୀ କାଳିଜାଇଙ୍କ ପାଖରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରୁ ମାଆଙ୍କ ଦର୍ଶନ ପାଇଁ ଭକ୍ତମାନେ ଆସୁଛନ୍ତି । କେବଳ ମାଆଙ୍କ ଦର୍ଶନ ନୁହେଁ ଚିଲିକାରେ ଡ଼ଙ୍ଗାରେ ବସିବାର ମଜା, ଭୋଜିଭାତ ,ପାହାଡ଼ବୁଲା ଆଦି ପର୍ଯ୍ୟଟକଙ୍କୁ ଅଧିକ ଟାଣି ଆଣୁଛି ।

Advertisment

ମରାଳ ମାଳିନୀ  ନୀଳାମ୍ବୁ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ  କାଳିଜାଇଙ୍କ ପାଖେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଦୂରଦୂରାନ୍ତରରୁ ଭକ୍ତଙ୍କ ସୁଅ ଛୁଟୁଛି । ମାଆଙ୍କୁ ଦର୍ଶନ କରିବା ସହ ଚିଲିକାରେ ଡ଼ଙ୍ଗାରେ ବସିବାର ମଜା,  ଜେଟିରେ ବୁଲିବା ସହ ପାହାଡ଼ରେ ବଣଭୋଜି ପର୍ଯ୍ୟଟକଙ୍କୁ ବେଶି ଆକୃଷ୍ଟ କରୁଛି । ବଣରେ ରୋଷେଇ କରି ଡ଼ଙ୍ଗା ଖାଇବାର ମଜା ସବୁଠାରୁ ଟିକେ ନିଆରା ।

ଚିଲିକା ବୁକୁରେ ଥିବେ ମାଆ କାଳିଜାଇଙ୍କ ଦର୍ଶନ ସାରି ପର୍ଯ୍ୟଟକ ବାହାରି ଯାଆନ୍ତି ବିଦେଶାଗତ ଅତିଥିଙ୍କ ଗହଣକୁ । ଡଙ୍ଗାରେ ବସି ପକ୍ଷୀ ଗହଣକୁ ଯାଇ ଖୁବ୍ ମଜା ଉଠାଉଛନ୍ତି । ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଦେଖିବା ସହ ସେମାନଙ୍କ କିଚିରିମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ଆନନ୍ଦ ଦେଉଛି । ଚିଲିକାକୁ ଆସୁଥିବା ପକ୍ଷୀଙ୍କ ସୁରକ୍ଷା ପ୍ରତି ଯଦି ଅଧିକ ଧ୍ୟାନ ଦିଆ ଯାଆନ୍ତା ତେବେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢ଼ନ୍ତା ବୋଲି ସ୍ଥାନୀୟ ବ୍ୟବସାୟୀ କୁହନ୍ତି ।

ଆଗକୁ ନୂଆ ବର୍ଷ ସହ ମା କାଳିଜାଇ ପୀଠରେ ମକରମେଳା ଥିବାରୁ ଭକ୍ତଙ୍କ ସଂଖ୍ୟା ବଢୁଛି । ମକର ମେଳା ଦିନ ପାରିକୁଦ ରାଜା ସାହେବ ସନ୍ତୋଷ କୁମାର ଦେଓ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।