କନକ ବ୍ୟୁରୋ: ନନ୍ଦନକାନନ ସିଂହ ସଫାରୀରେ ଫସିଗଲା ବସ୍ । ଭୟଭୀତ ହୋଇପଡ଼ିଲେ ପର୍ଯ୍ୟଟକ । ପାଖାପାଖି ୧ ଘଣ୍ଟା ରହିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ସିଂହ ଗୁଡ଼ିକୁ କାବୁ କରି ଫିଡିଂ ଚାମ୍ପରରେ ରଖିଥିଲେ । ପରେ ଅନ୍ୟ ଏକ ବସରେ ପର୍ଯ୍ୟଟକମାନଙ୍କୁ ବାହାରକୁ ଅଣାଯାଇଥିଲା ।

Advertisment

ପର୍ଯ୍ୟଟକମାନେ ବାଘ ସଫାରୀ ବୁଲି ସିଂହ ସଫାରୀ ଭିତରେ ଯାଉଥିବା ବେଳେ ବସ୍ଟି ଏକ ଗାତରେ ପଡ଼ିଯାଇଥିବା କୁହାଯାଉଛି । ପର୍ଯ୍ୟଟକମାନଙ୍କ କୌଣସି ଅସୁବିଧା ହୋଇନଥିଲେ ମଧ୍ୟ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ କହିଛନ୍ତି ଗାଡିରେ ସମସ୍ୟା ପାଇଁ ଅଟକି ଯାଇଥିଲା । ଏନେଇ ଅଧିକ ତଦନ୍ତ କରିବା ପାଇଁ ଏଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।