ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ଶିଖର ଧାୱନ ସମ୍ଭାଳିବେ ଅଧିନାୟକ ପଦ

304

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ଏହି ଗସ୍ତରେ ଭାରତୀୟ ଟିମର କ୍ୟାପଟେନ ଭାବେ ଶିଖର ଧାୱନଙ୍କୁ କ୍ୟାପଟେନ ଭାବେ ଚୟନ କରାଯାଇଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ପଦ ଦିଆଯାଇଛି । ଇଂଲଣ୍ଡ ସହିତ ଚାଲିଥିବା ଟି-୨୦ ଓ ଏକ ଦିବସୀୟ ମ୍ୟାଚ ପରେ ଭାରତୀୟ ଟିମ୍ ୱେଷ୍ଟଇଣ୍ଡିଜ ଗସ୍ତ କରିବ । ଏଠାରେ ୩ ଟି ଏକଦିବସୀୟ ମ୍ୟାଚ ଖେଳାଯିବା ନେଇ ସ୍ଥିର ହୋଇଛି ।

ବିସିସିଆଇ ଦ୍ୱାରା ବୁଧବାର ଦିନ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଘୋଷଣା ମୁତାବକ ରୋହିତ ଶର୍ମା,ବିରାଟ କୋହଲି, କେ,ଏଲ ରାହୁଲ, ରିଷଭ ପନ୍ତ, ଜସପ୍ରୀତ ବୁମରା ଭଳି ବରିଷ୍ଠ ଖେଳାଳୀଙ୍କୁ ବାଦ ଦିଆଯାଇଛି ।

ବିସିସିଆଇ ଦ୍ୱାରା ଘୋଷିତ ହୋଇଥିବା ଟିମରେ ଶିଖର ଧାୱନ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପ ଅଧିନାୟକ), ରିତୁରାଜ ଗାଏକୱାଡ, ଶୁଭମନ ଗିଲ, ଦୀପକ ହୁଡ୍ଡା, ସୁର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟାର, ଇଶାନ କିଶନ, ସଞ୍ଜୁ ସାମସନ, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅବେଶ ଖାନ, ପ୍ରସିଦ୍ଧ କୃଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂଙ୍କ ନାମ ରହିଛି ।

କହିରଖୁ କି ୱେଷ୍ଟଇଣ୍ଡିଜରେ ଜୁଲାଇ ୨୨ ତାରିଖରେ ପ୍ରଥମ ଏକଦିବସୀୟ ମ୍ୟାଚ ଖେଳାଯିବ । ସେହିଭଳି ୨୪ ତାରିଖରେ ଦ୍ୱିତୀୟ ଓ ୨୭ ତାରିଖରେ ତୃତୀୟ ଏକ ଦିବସୀୟ ମ୍ୟାଚ ଖେଳାଯିବ   ।