‘ଟୁର୍-ଦେ–କଳିଙ୍ଗ’ର ଚତୁର୍ଥ ସଂସ୍କରଣ, ଏସିଆର ଦୀର୍ଘତମ ସାଇକେଲ ଅଭିଯାନ ୧୧ ଡିସେମ୍ବରରୁ ହେବ ଆରମ୍ଭ

‘ଟୁର୍-ଦେ–କଳିଙ୍ଗ’ର ଚତୁର୍ଥ ସଂସ୍କରଣ, ଏସିଆର ଦୀର୍ଘତମ ସାଇକେଲ ଅଭିଯାନ ୧୧ ଡିସେମ୍ବରରୁ ହେବ ଆରମ୍ଭ

କନକ ବ୍ୟୁରୋ: ଚଳିତ ବର୍ଷ ‘ଟୁର୍-ଦେ–କଳିଙ୍ଗ’ର ବ୍ରିଗେଡ୍ ୧୧ ଡିସେମ୍ବର ୨୦୨୨ରେ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଏବଂ ପୁନର୍ବାର ଭୁବନେଶ୍ୱରକୁ ଫେରିବେ ଯାହାର ଦୂରତା ୧୩୦୦ କିମି ସହ ୧୦ଟି ଜିଲ୍ଲା ଭ୍ରମଣର କାର୍ୟକ୍ରମ ରହିଛି। ପୁରା ଅଭିଯାନ ୧୩ ଦିନ ମଧ୍ୟରେ ସମ୍ପନ୍ନହେବ । ପ୍ରଥମ ଦିନରେ ସାଇକେଲ ଆରୋହିମାନେ କୋଣାର୍କ, ପିପିଲି ଏବଂ ରଘୁରାଜପୁରଦେଇ ପୁରୀ ପରିଦର୍ଶନ କରିବ । କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କଳିଙ୍ଗ ଷ୍ଟାଡିୟମରୁ ଏହି ଅଭିଯାନକୁ ଉଦଘାଟନ କରିବାର ଯୋଜନା କରାଯାଇଛି।

‘ଟୁର୍-ଦେ–କଳିଙ୍ଗ’ ୨୦୧୫ ଠାରୁ ସାମାଜିକ ବିକାଶ ପ୍ରସଙ୍ଗରେ ଦୀର୍ଘତମ ସମ୍ପ୍ରଦାୟ ଭିତ୍ତିକ ସାଇକେଲ ଅଭିଯାନ ଭାବରେ ଉଭା ହୋଇଛି ଯେଉଁଥିରେ ପୁରା ଭାରତର ବିଭିନ୍ନ ପ୍ରାନ୍ତରୁ ସାଇକେଲ ଚାଳକ ଅଂଶଗ୍ରହଣ କରିଥାନ୍ତି । ନିକଟରେ ଟୁର୍-ଦେ–କଳିଙ୍ଗ’ର ବୁକଲେଟ୍ ରୁଟ୍ସ ଅଫ୍ ଓଡିଶା ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର ଦାଶଙ୍କ ଉପସ୍ଥିତିରେ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଥିଲେ ।

ଏହି ଅଭିଯାନର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରି ସୁଧୀର ଦାଶ କହିଥିଲେ, ଓଡ଼ିଶାର ସୁଦୀର୍ଘ ସୁବର୍ଣ୍ଣ ବେଳାଭୂମି, ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ୟ୍ୟ ମନ୍ଦିରର ଐତିହ, ପୁରୀ ଜଗନ୍ନାଥ ମନ୍ଦିର, ମନ୍ଦିରମାଳିନୀ ସହର ଭୁବନେଶ୍ୱର, ଏସିଆର ସବୁଠୁ ବଡ଼ ଲୁଣି ଜଳ ହ୍ରଦ ଚିଲିକା, ଘଞ୍ଚ ଜଙ୍ଗଲ, ହାତୀ ଏବଂ ବାଘ ସଂରକ୍ଷଣ ସ୍ଥାନ, ମନ୍ତ୍ରମୁଗ୍ଧକାରୀ ପୂର୍ବ ଘାଟ, ରାଗି ଏବଂ ଆଲସି ଚାଷ, ନୃତ୍ୟ, କଳା, ଉତ୍ତର ଏବଂ ଦକ୍ଷିଣ ଭାରତୀୟ ରୋଷେଇର ମିଶ୍ରଣ, ଶାନ୍ତିପୂର୍ଣ୍ଣ ଏବଂ ଆତିଥ୍ୟଭାବ ରଖୁଥିବା ଲୋକେ ତଥା ମହାନ ସମ୍ରାଟ ଅଶୋକଙ୍କ ଦେଶ ଯିଏ ବୌଦ୍ଧ ଧର୍ମ ଏବଂ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରାକୁ ଆପଣାଇଥିଲେ ସେହି ସ୍ଥାନ ହେଉଛି ଓଡ଼ିଶା ଯେଉଁଠି ସାଇକେଲରେ ଯାତ୍ରା କରିବାର ଅଭିଯାନ ସମ୍ପୂର୍ଣ ଭାବେ ନିଆରା ଅନୁଭୂତି ଅଟେ ।

ଏହି ଅଭିଯାନର ପ୍ରଥମ ଦିନ ଡିସେମ୍ବର ୧୧ ରେ ଭୁବନେଶ୍ୱରରୁ କୋଣାର୍କ ଦେଇ ପୁରୀ ପର୍ୟ୍ୟନ୍ତ ୧୦୩ କିଲୋମିଟର ଦୂରତା ପର୍ୟ୍ୟନ୍ତ ଯାତ୍ରା ଆରମ୍ଭ ହେବ, ଭ୍ରମଣର ଦ୍ୱିତୀୟ ଦିନ ପୁରୀ – ସାତପଡା – ଛତ୍ରପୁରଯିବ ଯାହାର ଦୂରତା ୧୩୧କିଲୋମିଟରହେବ ସେହିପରି ଭ୍ରମଣର ତୃତୀୟ ଦିନରେ ଛତ୍ରପୁର – ବ୍ରହ୍ମପୁର – ଚନ୍ଦ୍ରଗିରି ଭ୍ରମଣ କରିବା ଯାହାର ଦୂରତା ୧୦୩ କି ମି,ଚତୁର୍ଥ ଦିନ ଚନ୍ଦ୍ରଗିରି - ପଦମପୁର – ପାରଲାଖେମୁଣ୍ଡି ଏହି ଦଳ ଭ୍ରମଣ କରିବେ ଯାହାର ଦୂରତା ୧୦୦ କି.ମି., ପାରାଲାଖେମୁଣ୍ଡି – ଗୁଣପୁର - ରାୟାଗଡା ଠାରୁ ପଞ୍ଚମ ଦିନ ଆରମ୍ଭ ହେବ ଯାହାର ଦୂରତା ୧୩୭ କିମି,ଷଷ୍ଠ ଦିନ ରୟାଗଡା - ଲକ୍ଷ୍ମୀପୁର – କୋରାପୁଟରେ ଏହି ଦଳ ପହଁକିବା ଯାହାର ଦୂରତା ୧୧୨ କିମି

ସପ୍ତମ ଦିନଟି ଦେଓମାଲି ପର୍ବତ, ଗ୍ରାମ ହାଟ, ରାଗି ଚାଷ କ୍ଷେତ, ପାରମ୍ପାରିକ କୃଷିକ୍ଷେତ ପରିଦର୍ଶନ ସହିତ ବିଶ୍ରାମ ଦିନ ହେବ। ଅଷ୍ଟମ ଦିନ କୋରାପୁଟ - ବିଶମ କଟକ - ମୁନିଗୁଡା ପର୍ୟନ୍ତ ଯାତ୍ରା ପହଞ୍ଚିବଯାହାର ଦୂରତା ୧୭୧ କିମି, ନବମ ଦିନ ମୁନିଗୁଡା - କୋଟାଗଡ - ବେଲଗଡ ଭ୍ରମଣ ଯାହାର ଦୂରତା ୮୨ କିମି ,ଦଶମ ଦିନ ହେଉଛି ବେଲଗଡ ପ୍ରକୃତି ଶିବିରରେ ବିଶ୍ରାମ ଦିନ ଯାହା ବ୍ରିଟିଶ ଯୁଗର ଏକ ପୁରାତନ କୀର୍ତୀରାଜି ଯାହା ବର୍ତ୍ତମାନ ଜଙ୍ଗଲ ବିଭାଗ ଅଧୀନରେଅଛି। ଏହି ବିଶ୍ରାମ ଦିନରେ ଜଙ୍ଗଲ ପରିଦର୍ଶନ, ଜଙ୍ଗଲ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ, ଜନଜାତି ଗ୍ରାମରେ ସାଂସ୍କୃତିକ ସନ୍ଧ୍ୟା ଏବଂ ପ୍ରକୃତି ଶିବିରରେ ଚାଳକମାନେ ନିଆରା ଅନୁଭୂତି ପାଇବେ। ଏକାଦଶ ଦିନ ବେଲଗଡ - ବାଲିଗୁଦା – ଫୁଲବାଣୀକୁ ଭ୍ରମଣ କରିବେ ଯାହାର ଦୂରତା ୧୪୧ କିମି, ଦ୍ୱାଦଶ ଦିନ ଫୁଲବାଣୀ – ଦଶପଲ୍ଲା – ନୟାଗଡ଼କୁ ଭ୍ରମଣ ଆରମ୍ଭ ହେବ ଯାହାର ଦୂରତା ୧୨୪ କିମି ଏବଂ ୧୩ ତମ ଦିନରେ ନୟାଗଡ଼ - ଖୋର୍ଦ୍ଧା - ଭୁବନେଶ୍ୱରକୁ ଏହି ସାଇକେଲ ଆରୋହିମାନେ ପ୍ରତ୍ୟାବର୍ତନ କରିବେ ଯାହାର ଦୂରତା ୮୨ କିମି ହେବ ଭୁବନେଶ୍ୱରରେ ଏହି ପଦଯାତ୍ରା ସମାରୋହରେ ପଦକ ଏବଂ ସାର୍ଟିଫିକେଟ୍ ବଣ୍ଟନ ସହିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବ ସଂସ୍କରଣରେ ଓଡିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିତଥା ସିନେ ତାରକା ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ‘ଟୁର୍-ଦେ–କଳିଙ୍ଗଅଭିଯାନ ବିଶ୍ବପ୍ରସିଦ୍ଧ ‘ଟୁର୍-ଦେ–ଫ୍ରାନ୍ସକୁ ପଛରେ ପକାଇବାର ପୂର୍ଣ୍ଣ ସମ୍ଭାବନା ରହିଛିବୋଲି ସଂଯୋଜକ ଯୋଗେନ୍ଦ୍ର ସିଂ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe