ଫାଇନାଲ ପୂର୍ବରୁ ସେମିଫାଇନାଲ । ଛତିଶଗଡ଼ ଓ ତେଲାଙ୍ଗାନରେ କଡା ମୁକାବିଲା,ଉଠିପାରେ ହାତ । ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଜେପି ଆଗରେ ।

602

କନକ ବ୍ୟୁରୋ: ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଦେଶର ସବୁଠୁ ବଡ଼ ବୁଥ୍ ବାହୁଡ଼ା ମତ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ରେ ହେବ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଆସିବ । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି । ତେଣୁ ଏହି ନିର୍ବାଚନରେ ଫଳାଫଳ କଣ ହେବ, ଏହା ଉପରେ ରହିଛି ସାରା ଦେଶର ନଜର ।

ଭୋଟ୍ ଗଣତି ପୂର୍ବରୁ ଏଗଜିଟ୍ ପୋଲ୍ ଆକଳନ ଆସିଛି । ଘରବାହୁଡା ଭୋଟରଙ୍କ ମତ ଅନୁସାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଛି । ଅଧିକାଂଶ ଏଗଜିଟ୍ ପୋଲ୍ କହୁଛି ଛତିଶଗଡ଼ରେ କଂଗ୍ରେସର ପଲା ଭାରି । ତେଲେଙ୍ଗାନାରେ କଂଗ୍ରେସ ଆଗରେ ଥିବା ଆକଳନ କରାଯାଉଥିବା ବେଳେ ରାଜସ୍ଥାନରେ ଆଗରେ ରହିଛି ବିଜେପି । ଆଉ ମଧ୍ୟପ୍ରଦେଶରେ ଦୁଇ ଦଳ ମଧ୍ୟରେ ହୋଇଛି କଡ଼ା ଟକ୍କର । ବୁଥବାହୁଡା ମତ ଅନୁସାରେ ୫ଟି ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଛି । ବିଜେପି ଓ କଂଗ୍ରେସ ଦୁଇଟି ଲେଖାଏଁ ରାଜ୍ୟରେ ସରକାର ଗଢିବେ ବୋଲି କୁହାଯାଉଛି । କିନ୍ତୁ ମିଜୋରାମରେ ଝୁଲା ସରକାର ଦେଖିବାକୁ ମଳିବ ଏଗଜିଟ୍ ପୋଲକୁ ସୂଚନା ମଳିଛି । ସବଠୁ ବଡ଼ କଥା ହେଉଛି ଏଥର ଏକପାଖିଆ ଭାବେ କୌଣସି ଦଳ ବିଜୟୀ ହୋଇନପାରେ ବୋଲି କୁହାଯାଉଛି । ଏପରିକି ୫ ଟି ରାଜ୍ୟରେ ମଧ୍ୟ ଝୁଲା ସରକାରର ଆଶଙ୍କା ଦେଖାଦେଇଛି । ଏଗଜିଟ ପୋଲ ରିପୋର୍ଟ ମୁତାବକ, ମଧ୍ୟପ୍ରଦେଶରେ ୨୩୦ ଆସନରୁ ବିଜେପି ୧୨୪ ଏବଂ କଂଗ୍ରେସ ୧୦୨ ପାଇବ । ରାଜସ୍ଥାନରେ ୧୯୯ ଆସନରୁ ବିଜେପି ୧୦୪ କଂଗ୍ରେସ ୮୬ ଆସନ ପାଇବ । ତେଲେଙ୍ଗାନାରେ ୧୧୯ ଆସନରୁ କଂଗ୍ରେସ ୬୨ ବିଆରଏସ ୪୪ ଆସନ ପାଇବ ବୋଲି ସୂଚନା ମଳିଛି । ସେହିପରି ଛତିଶଗଡ଼ରେ ୯୦ ଆସନରୁ କଂଗ୍ରେସ ୪୯, ବିଜେପି ୩୮ ଆସନ ପାଇବ ବୋଲି ସି-ଭୋଟର ସର୍ଭେରୁ ଜଣାପଡିଛି । ତେବେ ଏଗଜିଟ୍ ପୋଲକଣ ସଙ୍କେତ ଦେଉଛି, ଏହାର ପ୍ରଭାବ କଣ ରହିବ ସେନେଇ ରାଜନୈତିକ ବୟାନବାଜି ତେଜିଛି ।
ମଧ୍ୟପ୍ରଦେଶ ଜନ୍ କି ବାତ୍ ଇଣ୍ଡିଆ ଟୁଡେ ଆକ୍ସିସ୍ ପ୍ରୋଷ୍ଟ୍ରେଟ୍ ଟୁଡେ ଚାଣକ୍ୟ
ବିଜେପି- ୧୦୦-୧୨୩ ୧୪୦-୧୬୨ ୧୦୬-୧୧୬
କଂଗ୍ରେସ ୧୦୨-୧୨୫ ୬୮-୯୦ ୧୧୧-୧୨୧
ଅନ୍ୟ ୦୦-୦୫ ୦୦-୦୩ ୦୦-୦୬

ରାଜସ୍ଥାନ ଜନ୍ କି ବାତ୍ ଇଣ୍ଡିଆ ଟୁଡେ ଆକ୍ସିସ୍ ପ୍ରୋଷ୍ଟ୍ରେଟ୍ ଟୁଡେ ଚାଣକ୍ୟ
ବିଜେପି- ୧୦୦-୧୨୨ ୮୦-୧୦୦ ୧୦୦-୧୧୦ ୭୭-୧୦୧
କଂଗ୍ରେସ ୬୨-୮୫ ୮୦-୧୦୬ ୯୦-୧୦୦ ୮୯-୧୧୩
ଅନ୍ୟ ୧୪-୧୫ ୯-୧୮ ୫-୧୫ ୦୨-୧୬

ଛତିଶଗଡ଼ ଜନ୍ କି ବାତ୍ ଇଣ୍ଡିଆ ଟୁଡେ ଆକ୍ସିସ୍ ଏବିପି-ସି ଭୋଟର ଟୁଡେ ଚାଣକ୍ୟ
ବିଜେପି- ୩୪-୪୫ ୩୬-୪୬ ୩୬-୪୮ ୨୫-୪୧
କଂଗ୍ରେସ ୪୨-୫୩ ୪୦-୫୦ ୪୧-୫୩ ୪୯-୬୫
ଅନ୍ୟ ୦୦-୦୩ ୦୧-୦୫ ୦୦-୦୪ ୦୦-୦୦

ତେଲେଙ୍ଗାନା ପ୍ରୋଷ୍ଟ୍ରେଟ୍ ଟୁଡେ ଚାଣକ୍ୟ
ବିଆର୍ଏସ୍ ୪୮-୫୮ ୨୪-୪୨
କଂଗ୍ରେସ ୪୯-୫୬ ୬୨-୮୦
ବିଜେପି- ୦୫-୧୦ ୦୨-୧୨
ଅନ୍ୟ ୦୬-୦୮ ୦୫-୧୧

ମିଜୋରାମ୍
ଏମଏନଏଫ ୧୦-୧୪
କଂଗ୍ରେସ ୦୫-୦୯
ବିଜେପି- ୦୦-୦୨
ଅନ୍ୟ ୧୫-୨୫