ଦୁଇ ଦିନ ଧରି ବୃଦ୍ଧି ପରେ ସାମାନ୍ୟ କମିଲା କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟାରେ ୨୯୧୨ ସଂକ୍ରମିତ ଚିହ୍ନଟ, ପରୀକ୍ଷା ହୋଇଛି ୬୪,୨୫୫ ନମୂନା

119

କନକ ବ୍ୟୁରୋ : ଦୁଇ ଦିନ ଧରି ବୃଦ୍ଧି ପରେ ସାମାନ୍ୟ କମିଲା କରୋନା ସଂକ୍ରମଣ । ଆଜି ଆସିଥିବା ରିପୋର୍ଟରେ ୩ ହଜାର ତଳେ ରହିଛି ସଂକ୍ରମଣ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୪ ହଜାର ୨୫୫ ନମୂନା ପରୀକ୍ଷା କରାଯାଇଛି ।

ନମୂନା ପରୀକ୍ଷା ଓ ପଜିଟିଭ୍ ସଂଖ୍ୟାକୁ ଦେଖିଲେ ସଂକ୍ରମଣ ହାର ୪ ଦଶମିକ ୫୩ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପଛକୁ ରହିଛି କଟକରେ ୩୮୨, ଯାଜପୁରରେ ୨୯୨, ବାଲେଶ୍ୱରରେ ୨୨୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିଭଳି ୬ଟି ଜିଲ୍ଲା ମୟୂରଭଂଜ, ନୟାଗଡ, ପୁରୀ, ଜଗତସିଂହପୁର, ଅନୁଗୁଳ ଓ ଭଦ୍ରକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି । ଗତ ୨ ମାସ ଭିତରେ ଦ୍ୱିତୀୟ ଥର ପାଇଁ ୩ ହଜାର ତଳକୁ ଖସିଛି କରୋନା ସଂକ୍ରମଣ ।