ଭାରତରେ ୪ ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା-ଦେଶରେ ଆକ୍ରାନ୍ତ ସଂଖ୍ୟା ୪ ହଜାର ୨୮୧; ମୃତ୍ୟୁ ସଂଖ୍ୟା ୧୧୧

ତବଲିଘି ଜମାତ ସହ ସଂପୃକ୍ତ ୧୪୪୫ ଜଣଙ୍କ ଠାରେ ଭୂତାଣୁ ଚିହ୍ନଟ

606

କନକ ବ୍ୟୁରୋ: ଭାରତରେ ଶେଷ ୨୪ ଘଂଟାରେ ୭୦୪ଟି ନୂଆ ମାମଲା ସହିତ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ଅତିକ୍ରମ କରିଛି । ଶେଷ ସୂଚନା ଅନୁସାରେ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୨୮୧କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୧୧କୁ ବୃଦ୍ଧି ହୋଇଛି । ଏହି ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ୪୨୮୧ କରୋନା ଆକ୍ରାନ୍ତ ମଧ୍ୟରୁ ୧ ହଜାର ୪ ଶହ ୪୫ଟି ସଂକ୍ରମଣ ତାବଲିଘି ଜମାତ୍ ସହିତ ଜଡିତ ବୋଲି ଜଣାପଡିଛି । ୭୪୮ ସହିତ ସଂକ୍ରମଣ ତାଲିକାରେ ସବୁଠାରୁ ଆଗରେ ରହିଛି ମହାରାଷ୍ଟ୍ର । ଏହା ପଛକୁ ତାମିଲନାଡୁ ୫୭୧ . ଦିଲ୍ଲୀରେ ୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେଲେଙ୍ଗାନାରେ ୩୨୧, ଉତରପ୍ରଦେଶରେ ୩୦୫ , କେରଳରେ ୩୧୪ , ଆନ୍ଧ୍ରପ୍ରଦେଶରେ ୨୨୬, ରାଜସ୍ଥାନରେ ୨୭୪, ମଧ୍ୟପ୍ରଦେଶରେ ୧୬୫ ଜଣ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେପଟେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରିଛି । ବିଶ୍ୱରେ ବର୍ତମାନ ସୁଦ୍ଧା ୧୩ ଲକ୍ଷ ୧୨ ହଜାର ୫୮୫ ଜଣ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି । ସବୁଠାରୁ ଅଧିକ ୩ ଲକ୍ଷ ୩୭ ହଜାରରୁ ଅଧିକ ଆକ୍ରାନ୍ତ ଠାବ ହୋଇଛନ୍ତି ଆମେରିକାରେ । ଏହା ପଛକୁ ଫ୍ରାନ୍ସରେ ୧ ଲକ୍ଷ ୩ ହଜାର, ଇଟାଲିରେ ୧ ଲକ୍ଷ ୨୮ ହଜାର ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୭୨ ହଜାର ୬୩୬କୁ ବୃଦ୍ଧି ହୋଇଛି । କେବଳ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି । ୨ ଲକ୍ଷ ୭୫ ହଜାର ୮୭ ଜଣ କରୋନାରୁ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ।