୪ ସପ୍ତାହ ପାଇଁ ଶିକ୍ଷନୁଷ୍ଠାନ ବନ୍ଦ କରିବା ସହ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କଲେ ଫ୍ରାନ୍ସର ରାଷ୍ଟ୍ରପତି ମ୍ୟାକ୍ରୋନ

175

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ୍ ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୂଡିକୁ ୪ ସପ୍ତାହ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ପୁରା ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ନିର୍ଦ୍ଦେଶ ଶନିବାର ଠାରୁ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏବେ ଫ୍ରାନ୍ସରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଖା ପାଖି ୧ ଲକ୍ଷ ଛୁଇଁଲାଣି । ଏହାସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ମେଡିକାଲରେ ବେଡ ଓ ଆଇସିୟୁର ଅଭାବ ପରିଲକ୍ଷିତ ହୋଇଛି । ଏଭଳି ସ୍ଥଳେ ଟିକାକରଣ ନେଇ କରାଯାଇଥିବା ଯୋଜନା ଏବେ ମନ୍ଥର ଗତିରେ ଚାଲିଛି । ଅନ୍ୟପଟେ ଦେଶର ଅର୍ଥନୀତିକୁ ନିରାପଦରେ ରଖିବାକୁ ଆଉ ଲକଡାଉନ୍ ନ କରିବାକୁ ଜାନୁଆରୀ ମାସରେ କହିଥିବା ମ୍ୟାକ୍ରୋନ୍ ଏବେ ତାଙ୍କ କଥା ଫେରାଇ ନେଇ ପୁଣି ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି ।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟେଲିଭିଜନକୁ ଦେଇଥିବା ସାକ୍ଷାତକାରରେ ମ୍ୟାକ୍ରୋନ କହିଛନ୍ତି କି ଏବେଠାରୁ ଜଦି ପଦକ୍ଷେପ ନ ନିଆଯିବ ତାହାଲେ ଆମେ କରୋନା ଉପରୁ ନିୟନ୍ତ୍ରଣ ହରାଇବା । ଭୂତାଣୁ ସଂକ୍ରମଣ ହ୍ରାସ କରିବା ପାଇଁ ଲକଡାଉନ୍ ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ ।
ମ୍ୟାକ୍ରୋନ୍ ଆଶା ପ୍ରକାଶ କରିଛନ୍ତି ଯେ, ଏପ୍ରିଲ ମାସରେ ଦେଶରେ ଲକଡାଉନ୍ ଏବଂ ଟିକାକରଣକୁ ଦ୍ରୁତ କରାଯାଇ ପାରିଲେ ମେ ମାସର ମଧ୍ୟଭାଗ ବେଳକୁ ଦେଶରୁ ଲକଡାଉନ୍ ହଟାଯାଇ ପାରିବ ।