କନକ ବ୍ୟୁରୋ : କରୋନା ଚେନ ଭାଙ୍ଗିବାକୁ ଝାଡଖଣ୍ଡ ସରକାର ଏକ ସପ୍ତାହ ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ସୂଚନା ମୁତାବକ ରାଜ୍ୟରେ ଏପ୍ରିଲ ୨୨ ତାରିଖରେ ୨୯ ତାରିଖ ଗୋଟିଏ ସପ୍ତାହ ଲକଡାଉନ ଘୋଷଣା କରାଯାଇଛି । ଏହି ସାପ୍ତାହିକ ଲକଡାଉନକୁ ସରକାର ‘ସୁରକ୍ଷା ସପ୍ତାହ’ ନାମରେ ନାମିତ କରିଛନ୍ତି ।
ଏହି ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭବନରେ ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଏହି ବୈଠକରେ ମୁଖ୍ୟ ସଚିବ ସୁଖଦେବ ସିଂଙ୍କ ସହିତ ଅନେକ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଗୋଟିଏ ଦିନ ପୂର୍ବରୁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜେଏମଏମ୍ ଓ ବିଜେପି ଲକଡାଉନ୍ ସପକ୍ଷରେ ମତ ରଖିଥିବା ବେଳେ କଂଗ୍ରେସ ବି ଏଥିରେ ରାଜି ହୋଇଥିଲା । ପୂର୍ବ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ମାରାଣ୍ଡୀ ଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଲକଡାଉନ ଲଗାଇବାକୁ ପରାମର୍ଶ ଦେଇଥିଲେ ।