କନକ ବ୍ୟୁରୋ : ଛତିଶଗଡରେ କରୋନା ସଂକ୍ରମଣ ଏବେ ଅନିୟନ୍ତ୍ରିତ ଅବସ୍ଥାରେ ପହଂଚିଯାଇଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପୁରା ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ହେଲେ ସବୁ ଜିଲ୍ଲାରେ ଅଲଗା ଅଲଗା ତାରିଖରେ ଲକଡାଉନ ଘୋଷଣା କରାଯାଇଛି । ଶେଷ ସୂଚନା ମୁତାବକ ସୁକମା ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି । ସୁକମାରେ ଆଜି ସନ୍ଧ୍ୟା ୬ ଟା ଠାରୁ ମେ ପହିଲା ସକାଳ ୭ ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଉଛି । ଏହି ସମୟରେ ମେଡିକାଲ ଓ ଅନ୍ୟ ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ଏହା ପୂର୍ବରୁ ଭିନ୍ନ ଭିନ୍ନ ତାରିଖରେ ରାଜ୍ୟରେ ଅନ୍ୟ ୨୭ ଟି ଜିଲ୍ଲାରେ ଲକଡାଉନ୍ ଘୋଷଣା ହୋଇସାରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କହିରଖୁ କି ଛତିଶଗଡରେ ଗତ ୨୪ ଘଂଟା ମଧ୍ୟରେ ୧୩,୮୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୧୬୫ ଲୋକଙ୍କର ମୃତ୍ୟୁ ହୋଇଛି । ଏବେ ଛତିଶଗଡ ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାରରୁ ଅଧିକ ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୫୮ ହଜାର ୬୭୪ କୁ ବୃଦ୍ଧି ପାଇଛି । କରୋନା ସଂକ୍ରମଣରେ ରାଜ୍ୟରେ ମୋଟ ୬୦୮୩ ଜଣଙ୍କର ମୃତ୍ୟୁ ହୋଇଛି ।