ଗ୍ରାହକଙ୍କ ପାଇଁ ଖୁସି ଖବର । ବୈଦ୍ୟୁତିକ ଯାନ ଉପରେ ଛାଡ ହେବ ଜିଏସ୍‌ଟି । ୩୦ ପ୍ରତିଶତ ଯାଏ ମୂଲ୍ୟ ହ୍ରାସ ସମ୍ଭାବନା

227

କନକ ବ୍ୟୁରୋ : ସରକାର ପରିବେଶ ସନ୍ତୁଳନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏନେଇ ମୁଖ୍ୟ କାରଣ ଭାବେ ଇନ୍ଧନ ଚାଳିତ ଯାନ ବୋଲି କୁହାଯାଇଛି । ଏହାର ସମାଧାନ ପାଇଁ କେନ୍ଦ୍ରସରକାର ବୈଦ୍ୟୁତିକ୍ ଯାନର ବ୍ୟବହାର ବଢାଇବାକୁ ଚେଷ୍ଟା କରିଛନ୍ତି। କେନ୍ଦ୍ର ରାଜମାର୍ଗ ଓ ସଡକ ପରିବହନମନ୍ତ୍ରୀ ନିତୀନ୍ ଗଡକରୀଙ୍କ ନେତୃତ୍ୱରେ ବସିଥିବା ଏକ ବୈଠକରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିସ୍ପତ୍ତି ନିଆଯାଇଛି ।

ନିସ୍ପତ୍ତି ମୁତାବକ ବିଦ୍ୟୁତ୍ ଚାଳିତ ଯାନକୁ ସମ୍ପୁର୍ଣ୍ଣ ଜିଏସଟି ମୁକ୍ତ କରିବାକୁ ନିସ୍ପତ୍ତି ନିଆଯାଇଛି। ଏଭଳି କରାଗଲା ସମସ୍ତ ବିଦ୍ୟୁତ୍ ଚାଳିତ ଯାନର ମୂଲ୍ୟ ପାଖା ପାଖି ୩୦ ପ୍ରତିଶତ ହ୍ରାସ ହେବ ବୋଲି ଅନୁମାନ କରଯାଉଛି । ଏହାସହ ଆସନ୍ତା ୫ ବର୍ଷ ମଧ୍ୟରେ ଭାରତକୁ ଅଟୋମୋବାଇଲ ପାଇଁ ବିଶ୍ୱ ଉତ୍ପାଦନ ହବ୍ କରିବାକୁ ସରକାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଗଡକରୀ କହିଛନ୍ତି । ଅନ୍ୟପକ୍ଷରେ ଭାରତ ଇ-ମୋବିଲିଟି ଆଡକୁ ଅଗ୍ରସର ହେବାର ଏକ ଅଂଶ ଭାବେ ସରକାର ବର୍ତ୍ତମାନ ଦେଶରେ ଅଧିକ ବୈଦ୍ୟୁତିକ ଯାନ ଚାର୍ଜିଂ ପଏଣ୍ଟ ସ୍ଥାପନ କରିବାକୁ ଯୋଜନା ବି କରିଛନ୍ତି । ଏନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି କି ଦେଶରେ ଆଗକୁ ଅଧିକ ବିଦ୍ୟୁତ୍ ଚାଳିତ ଯାନର ବ୍ୟବହାର ହେବ । ତେଣୁ ଏବେଠୁ ଚାର୍ଜିଂ ପଏଣ୍ଟ ପ୍ରସ୍ତୁତ କରିବାକୁ ପଡିବ । ତେଣୁ ପ୍ରତି ୬୯ ହଜାର ପେଟ୍ରୋଲପମ୍ପ ପାଇଁ ଅତିକମରେ ଗୋଟିଏ ଇଭି- ଚାର୍ଜିଂ ପଏଣ୍ଟ ସ୍ଥାପନା କରିବାକୁ କେନ୍ଦ୍ରସରକାର ନିସ୍ପତ୍ତି ନେଇଛନ୍ତି। ଦେଶରେ ବୈଦ୍ୟୁତିକ ଯାନବାହନ ଚଳାଚଳ କୁ ତ୍ୱରାନ୍ୱିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏନେଇ ଶ୍ରୀ ନିତୀନ୍ ଗଡକରି ଏକ ଭର୍ଚୁଆଲ ସଭାକୁ ସମ୍ବୋଧିତ କରି ଏଭଳି ସୂଚନା ଦେଇଛନ୍ତି ।