କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ନୂଆ ନୂଆ ରେକର୍ଡ କରୁଛି । ଗତ ୨୪ ଘଂଟାରେ ଦେଶରେ ୪୭ ହଜାର ୭୦୪ ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେହିପରି ୨୪ ଘଂଟାରେ ୬୫୪ ଜଣଙ୍କ ମୃତ୍ୟୁ ହୋଇଛି । ୪୭ ହଜାର ୭୦୪ ନୂଆ ପଜିଟିଭକୁ ମିଶାଇ ଦେଶରେ ୧୪ ଲ କ୍ଷ ୮୩ ହଜାର ୧୫୭ରେ ପହଂଚିଛି । ସେହିପରି ୬୫୪ ଜଣଙ୍କ ମୃତ୍ୟୁକୁ ମିଶାଇ କରୋନା ଦେଶର ୩୩ ହଜାର ୪୨୫ ଜଣଙ୍କ ମୁଣ୍ଡ ନେଇଛି ।
ଉପରମୁହାଁ କରୋନା ଗ୍ରାଫ: ଦେଶରେ ଦିନକରେ ୪୭ ହଜାର ୭୦୪ ପଜିଟିଭ, ୬ ଶହ ୫୪ ମୃତ; ମୋଟ୍ ମୃତ୍ୟୁ ସଂଖ୍ୟା ୩୩ ହଜାର ପାର୍
/kanak/media/post_attachments/wp-content/uploads/2020/07/3-25.jpg)