ବଢୁଛି ‘କରୋନା’ର ପ୍ରକୋପ: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହେଲା ୬୩ ହଜାର ନିକଟତର; ଗତ ୨୪ ଘଂଟା ମଧ୍ୟରେ କରୋନା ନେଲାଣି ୧୨୮ ଜଣଙ୍କ ଜୀବନ

ଗତ ୨୪ ଘଂଟାରେ ଦେଶରେ ୩ ହଜାର ୨୭୭ଟି ନୂଆ ମାମଲା

377

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୦୯କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଦେଶରେ ୧୨୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୨୭୭ଟି ନୂଆ ମାମଲା ସାମ୍ନାକୁ ଆସିିଛି । ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୬୨ ହଜାର ୯୩୯କୁ ବୃଦ୍ଧି ହୋଇଛି । ଏବେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୯୩୫୮ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗତ ୨୪ ଘଂଟା ଭିତରେ ରିକଭରି ରେଟ୍ ୩୦.୭୫ ପ୍ରତିଶତ ରହିଛି ।

ତେବେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦ ହଜାର ୨୨୮ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭୯କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୭ ହଜାର ୭୯୬ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୭୨କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୬ ହଜାର ୫୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୭୩ । ସେହିପରି ଆନ୍ଧ୍ରପ୍ରଦେଶରେ ୧୯୩୦ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୪ରେ ପହଂଚିଛି । ମଧ୍ୟପ୍ରଦେଶରେ ୩ ହଜାର ୬୧୪ ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧୫କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।