ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ନିକଟତର: ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି, ୪୯୩୯୧ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା: ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ, ଦିଲ୍ଲୀକୁ ଟପିଲା ଗୁଜରାଟ

419

କନକ ବ୍ୟୁରୋ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୧୬ ଶହ । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ଦେଶରେ ୧୨୬ କରୋନା ମୃତ୍ୟୁ ହୋଇଥିବା ବେଳେ ୨ ହଜାର ୯୫୮ନୂଆ ମାମଲା ସାମ୍ନାକୁ ଆସିିଛି । ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୪୯ ହଜାର ୩୯୧କୁ ବୃଦ୍ଧି ହୋଇଛି । ତେବେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୧୫ହଜାର ୫୨୫ ରହିଛି ।

ସେହିପରି ମୃତ୍ୟୁ ସଂଖ୍ୟା ୬୧୭କୁ ବୃଦ୍ଧି ହୋଇଯାଇଛି । ଗୁଜରାଟରେ ୬ ହଜାର ୨୪୫ ଓ ଦିଲ୍ଲୀରେ ୫ ହଜାର ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁଜୁରାଟରେ ୩୬୮ ଏବଂ ଦିଲ୍ଲୀରେ୬୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିଭଳି ମଧ୍ୟପ୍ରଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୬କୁ ବୃଦ୍ଧି ପାଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଛି । ସେହିପରି ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩୪୪କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ଦେଶରେ ଶହେରୁ ଅଧିକ କରୋନା ମୃତ୍ୟୁ ହୋଇଥିବା ବେଳେ କେବଳ ପଶ୍ଚିମବଙ୍ଗରେ ଏତେ କମ କରୋନା ଜନିତ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।