ସଂଖ୍ୟା ବଢୁଛି, ଚିନ୍ତା ବଢୁଛି: ଦେଶରେ କରୋନା ନେଲା ୭୭୫ ଜୀବନ, ଆକ୍ରାନ୍ତଙ୍କ ସଂଖ୍ୟା ୨୪ହଜାର ୫୦୬ ଛୁଇଁଲା; ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୫୭ ମୃତ, ଚିହ୍ନଟ ହୋଇଛନ୍ତି ୧୪୨୯ ନୂଆ ରୋଗୀ

Advertisment
ସଂଖ୍ୟା ବଢୁଛି, ଚିନ୍ତା ବଢୁଛି: ଦେଶରେ କରୋନା ନେଲା ୭୭୫ ଜୀବନ, ଆକ୍ରାନ୍ତଙ୍କ ସଂଖ୍ୟା ୨୪ହଜାର ୫୦୬ ଛୁଇଁଲା; ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୫୭ ମୃତ, ଚିହ୍ନଟ ହୋଇଛନ୍ତି ୧୪୨୯ ନୂଆ ରୋଗୀ

କନକ ବ୍ୟୁରୋ:  ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪ ହଜାର ଟପିଲା । କରୋନା ମୃତ୍ୟୁ ସଂଖ୍ୟା ୭୭୫କୁ ବୃଦ୍ଧି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଜାରି କରିଛି । ଆଜି ମଧ୍ୟ ଦେଶରେ ମହାରାଷ୍ଟ୍ର ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୬୮୧୭କୁ ବୃଦ୍ଧି ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା ୩୦୧କୁ ବୃଦ୍ଧି ହୋଇଛି । ସେହିପରି ମହାରାଷ୍ଟ୍ର ପରେ ଦେଶରେ ଆକ୍ରାନ୍ତ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଗୁଜରାଟ ଓ ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଗୁଜରାଟରେ ୨୮୧୫ ଓ ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ୨୫୧୪ ରହିଛି । ଗତ ୨୪ ଘଂଟାରେ ଭାରତରେ ୧୪୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୫୭ ଜଣଙ୍କ ଜୀବନ ଯାଇଛି ।

ଆସନ୍ତୁ ନଜର ପକାଇବା ଦେଶର ପ୍ରମୁଖ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୯ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୩ ଜଣ, ଗୁଜରାଟରେ ୧୨୭ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୮ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୯୨ ଜଣ, ମହାରାଷ୍ଟ୍ରରେ ୩୦୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୭ ଜଣ, ରାଜସ୍ଥାନରେ ୨୭ଜଣ, ତାମିଲନାଡୁରେ ୨୨ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୨୫ ଜଣ ଏବଂ ପଶ୍ଚମବଙ୍ଗରେ ୧୮ ଜଣ ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୭), ଆନ୍ଧ୍ରପ୍ରଦେଶ (୯୫୫), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୨୨୩), ଚଣ୍ଡିଗଡ଼ (୨୭), ଛତିଶଗଡ଼ (୩୬), ଦିଲ୍ଲୀ (୨୫୧୪), ଗୋଆ (୭), ଗୁଜରାଟ (୨୮୧୫), ହରିୟାଣା (୨୭୨), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୪୫୪), ଝାଡ଼ଖଣ୍ଡ (୫୩) କର୍ଣ୍ଣାଟକ (୪୭୪), କେରଳ (୪୫୦), ଲଦାଖ (୨୦), ମଧ୍ୟପ୍ରଦେଶ (୧୮୫୨), ମହାରାଷ୍ଟ୍ର (୬୮୧୭), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୯୪), ପୁଦ୍ଦୁଚେରୀ (୭), ପଞ୍ଜାବ (୨୯୮), ରାଜସ୍ଥାନ (୨୦୩୪), ତାମିଲନାଡୁ (୧୭୫୫), ତେଲେଙ୍ଗାନା (୯୯୮), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୮), ଉତ୍ତରପ୍ରଦେଶ (୧୬୨୧) ଓ ପଶ୍ଚିମବଙ୍ଗ (୫୭୧) ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe