କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨୪ ହଜାର ଟପିଲା । କରୋନା ମୃତ୍ୟୁ ସଂଖ୍ୟା ୭୭୫କୁ ବୃଦ୍ଧି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଜାରି କରିଛି । ଆଜି ମଧ୍ୟ ଦେଶରେ ମହାରାଷ୍ଟ୍ର ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୬୮୧୭କୁ ବୃଦ୍ଧି ହୋଇଛି । ଏଠାରେ ମୃତ୍ୟୁ ସଂଖ୍ୟା ୩୦୧କୁ ବୃଦ୍ଧି ହୋଇଛି । ସେହିପରି ମହାରାଷ୍ଟ୍ର ପରେ ଦେଶରେ ଆକ୍ରାନ୍ତ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଗୁଜରାଟ ଓ ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଗୁଜରାଟରେ ୨୮୧୫ ଓ ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ୨୫୧୪ ରହିଛି । ଗତ ୨୪ ଘଂଟାରେ ଭାରତରେ ୧୪୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ୫୭ ଜଣଙ୍କ ଜୀବନ ଯାଇଛି ।
ଆସନ୍ତୁ ନଜର ପକାଇବା ଦେଶର ପ୍ରମୁଖ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୯ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୩ ଜଣ, ଗୁଜରାଟରେ ୧୨୭ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୮ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୯୨ ଜଣ, ମହାରାଷ୍ଟ୍ରରେ ୩୦୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୭ ଜଣ, ରାଜସ୍ଥାନରେ ୨୭ଜଣ, ତାମିଲନାଡୁରେ ୨୨ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୨୫ ଜଣ ଏବଂ ପଶ୍ଚମବଙ୍ଗରେ ୧୮ ଜଣ ।