ବିଜେଡିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବଙ୍କ ସମ୍ପତି କେତେ ? ୪୧ ଲକ୍ଷରୁ ଅଧିକ ଟଙ୍କା କରିଛନ୍ତି ଋଣ, ଜାଣନ୍ତୁ କେତେ ଟଙ୍କାର ଗହଣା ରଖିଛନ୍ତି ଅନୁଭବ?

3,904

କନକ ବ୍ୟୁରୋ : କେନ୍ଦ୍ରାପଡା ଆସନରେ ଭାଗ୍ୟ ପରୀକ୍ଷା କରିବେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ହେଭିୱେଟ ବୈଜୟନ୍ତଙ୍କ ବିପକ୍ଷରେ ଫାଇଟ କରିବେ ଅନୁଭବ । ଏନେଇ ଗତକାଲି ଶେଷଦିନରେ ନାମାଙ୍କନପତ୍ର ଦାଖଲ କରିଥିଲେ ଅନୁଭବ । ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ସହ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି । ଯେଉଁଥିରେ ଅନୁଭବଙ୍କ ବିଷୟରେ ସମସ୍ତ ତଥ୍ୟ ଉଲ୍ଲେଖ ରହିଛି । ଅନୁଭବଙ୍କ ସମ୍ପତି କେତେ? କେଉଁ କମ୍ପାନିରେ କେତେ ସେୟାର, ନିଜ ନାଁରେ କେତୋଟି ଗାଡି ଏ ସମସ୍ତ ତଥ୍ୟ ସତ୍ୟପାଠରେ ଉଲ୍ଲେଖ ରହିଛି ।

ସତ୍ୟପାଠ ଅନୁଯାୟୀ ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ୧ କୋଟି ୭୭ ଲକ୍ଷ ୪୬ହଜାର ୧୧୦ ଟଙ୍କା । ଯେଉଁଥିରେ ଅନୁଭବଙ୍କ ୧ କୋଟି ୪ ଲକ୍ଷ ୯୬ ହଜାର ୧୧୦ଟଙ୍କା ଅସ୍ଥାବର ସମ୍ପତି ରହିଥିବା ବେଳେ ୭୨ ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ସମ୍ପତି ରହିଛି । ଅନୁଭବଙ୍କ ପାଖରେ ୪ଟି ଗାଡି ରହିଥିବା ବେଳେ ଏହାର ମୂଲ୍ୟ ରହିଛି ୬୦ ଲକ୍ଷ ୫୦ ହଜାର ଟଙ୍କା । ସେହିଭଳି ୧୮ ଲକ୍ଷ ୯୦ ହଜାର ଟଙ୍କାର ସୁନା ଅଳଙ୍କାର ରହିଛି ।

ଏହାଛଡା ଅନୁଭବଙ୍କ ପାଖରେ ନଗଦ ୪ ଲକ୍ଷ ଟଙ୍କା ରହିଥିବା ବେଳେ ୪୧ ଲକ୍ଷ ୩୩ ହଜାର ୫୦୬ ଟଙ୍କା ଋଣ କରିଛନ୍ତି ବିଜେଡିର ଏହି ସାଂସଦ ପ୍ରାର୍ଥୀ । ଅନୁଭବଙ୍କ ନାଁରେ କୌଣସି ଚାଷ ଜମି ନଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ବିଭିନ୍ନ ବ୍ୟାଙ୍କରେ ଜମାରାଶି ବାବଦକୁ ୬ ଲକ୍ଷ ୬୮ ହଜାର ୧୫୫ ଟଙ୍କା ଅନୁଭବଙ୍କ ନାଁରେ ଥିବା ବେଳେ ବିଷ୍ଣୁପ୍ରିୟା ଆର୍ଟ ଆଣ୍ଡ ଗ୍ରାଫିକ୍ସ କମ୍ପାନିରେ ୧୪ ଲକ୍ଷ ୯୭ ହଜାର ୯୫୫ ଟଙ୍କା ନିବେଶ କରିଛନ୍ତି ଅନୁଭବ ।