ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତି ୪ ଦିନରେ ଦ୍ୱିଗୁଣିତ ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା, ସାମାଜିକ ଦୂରତ୍ୱ ହିଁ ସବୁଠାରୁ ବଡ ପ୍ରତିଶେଧକ ବୋଲି କହିଲେ କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ।

775

କନକ ବ୍ୟୁରୋ: ଭାରତରେ ୩୩୭୪ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭୨ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ୭୯କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । ହେଲେ ଆଶ୍ୱସ୍ତିକର ଖବର ହେଉଛି କି, ଏଯାବତ୍ ୨୬୭ ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ କୁମାର ଅଗ୍ରୱାଲ ।

ସେପଟେ ବାହାରେ ଛେପ ନପକାଇବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣଳାୟ । କାରଣ ବାହାରେ ଛେପ ପକାଇଲେ ସଂକ୍ରମଣର ଆଶଙ୍କା ରହୁଛି । ତେଣୁ ଏ ଦିଗରେ ସଚେତନ ହୁଅନ୍ତୁ । ତେବେ ତାଲାବନ୍ଦ ଓ ସାମାଜିକ ଦୂରତା କରୋନାର ପ୍ରତିଶେଧକ ତେଣୁ ସାମାଜିକ ଦୂରତାକୁ ପାଳନ କରୁନ୍ତୁ ।

ଅନ୍ୟପଟେ ଭାରତରେ ଏବେ ପ୍ରତି ୪ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଉଛି । କିନ୍ତୁ ଯଦି ତବଲିଗି ଜମାତ ସମ୍ମିଳନୀ ହୋଇନଥାନ୍ତା ତେବେ ସଂକ୍ରମିତ ସଂଖ୍ୟା ଦୁଇଗୁଣ ହେବା ପାଇଁ ୭.୪ ଦିନ ଲାଗିଥାନ୍ତା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।