କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨,୬୯୭ ନୂଆ ସଂକ୍ରମିତ ଚିହ୍ନଟ ଓ ୧୭ ଜଣଙ୍କର ମୃତ୍ୟୁ

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ମୋଟ ୨,୬୯୭ ନୂଆ ସଂକ୍ରମିତ ଚିହ୍ନଟ

203

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । କିଛିଦିନ ଧରି ଦୈନିକ ୪ ହଜାର ଉପରେ ସଂକ୍ରମଣର ଟ୍ରେଣ୍ଡ ଥିବା ବେଳେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ମୋଟ ୨,୬୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୫୭୬ ଥିବା ବେଳେ ଲୋକାଲ କେସ୍ ୧୧୨୧ ରହିଛି ।
ଅନୁଗୁଳ ୧୦୭, ବାଲେଶ୍ୱର ୧୧୫, ବରଗଡ ୮୬, ଭଦ୍ରକ ୬୬, ବଲାଙ୍ଗୀର ୬୨, ବୌଦ୍ଧ ୩୧, କଟକ ୨୩୪, ଦେଓଗଡ ୧୫, ଢେଙ୍କାନାଳ ୪୫, ଗଜପତି ୮, ଗଂଜାମ ୪୫, ଜଗତସିଂହପୁର ୬୫, ଯାଜପୁର ୧୧୮, ଝାରସୁଗୁଡା ୭୭, କଳାହାଣ୍‌ଡି ୪୫, କନ୍ଧମାଳ ୩୪, କେନ୍ଦ୍ରାପଡା ୬୯, କେଉଁଝର ୭୫, ଖୋଦ୍ଧା ୪୮୨, କୋରାପୁଟ୍ ୪୫, ମାଲକାନଗିରି ୪୦, ମୟୁରଭଞ୍ଜ ୧୩୪, ନବରଙ୍ଗପୁର ୫୧, ନୟାଗଡ ୩୮, ନୂଆପଡା ୧୫୩, ପୁରୀ ୬୪, ରାୟଗଡା ୩, ସମ୍ବଲପୁର ୧୦୭, ସୋନପୁର ୬୯, ଓ ସୁନ୍ଦରଗଡ ୧୨୦ ।
ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୪.୮୩୯ ରେ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୨,୧୬,୯୮୪ ଜଣ । ସେହି ଭଳି ବର୍ତମାନ ୨୮,୮୧୧ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
ସେହିଭଳି ଗତ ୨୪ ଘଂଟାରେ କରୋନା ସଂକ୍ରମିତ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଦା ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ପୁରୀ ଓ ମୟୁରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାସହ ବରଗଡ, କଳାହାଣ୍ଡି, କନ୍ଧମାଳ, ନୟାଗଡ, ମାଲକାନଗିରି ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ୧୭ ଜଣଙ୍କ ମିଶାଇ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୯୯୧ ରେ ପହଂଚିଛି ।